ଭାରତୀୟ ସେନାର ଆକ୍ରମଣ ଆଶଙ୍କାରେ ସୀମାରେ ସଜବାଜ ହେଲାଣି ପାକ-ସାମରିକ ବାହିନୀ

Published By : Prameya-News7 Bureau | September 29, 2018 IST

ନୂଆ ଦିଲ୍ଲୀ ୨୯/୯ : ଜାମ୍ମୁ କାଶ୍ମୀର ନିକଟ ଭାରତ-ପାକ ସୀମାରେ ପାକିସ୍ତାନ ସୈନିକଙ୍କ ସଜବାଜ ଦେଖିବାକୁ ମିଳିଛି | ଜାମ୍ମୁ କାଶ୍ମୀର ସୀମାରୁ ପାକିସ୍ତାନ ନିଜ ପଟକୁ ୫ କିଲୋମିଟର ମଧ୍ୟରେ ଥିବା ସମସ୍ତ ଗାଁକୁ ଅନ୍ୟତ୍ର ସ୍ଥାନାନ୍ତର କରିଛି | ଏହି ୫ କିଲୋମିଟର ମଧ୍ୟରେ ଏବେ କେବଳ ପାକ ଯବାନ ଓ ରେଞ୍ଜର୍ସ ମୃତୟନ ହୋଇଥିବା ଦେଖିବାକୁ ମିଳିଛି | ଭାରତୀୟ ସେନାରେ କାର୍ଯ୍ୟାନୁଷ୍ଠାନ ଭୟରେ ପାକିସ୍ତାନ ଏଭଳି ସଜବାଜ ହୋଇଥିବା କୁହାଯାଇଛି | ନିକଟରେ ବିଏସଏଫର ହେଡ଼ କନେଷ୍ଟବଳ ନରେନ୍ଦ୍ର ସିଂଙ୍କ ଅପହରଣ ଓ ହତ୍ୟା ଘଟଣାରେ ବିଏସଏଫ ଉତ୍ୟକ୍ତ ହୋଇରହିଛି | ଯେକୌଣସି ମୁହୂର୍ତ୍ତରେ ବିଏସଏଫ ପାକିସ୍ତାନ ବିରୋଧରେ ବଡ ଧରଣର ପଦକ୍ଷେପ ନେଇପାରେ ବୋଲି ପାକିସ୍ତାନ ଆଶଙ୍କା କରୁଛି | ସୀମା ଠାରୁ ନିଜ ପଟକୁ ୫ କିଲୋମିଟର ଅଂଚଳ ଖାଲି କରିବା ପରେ କୌଣସି ଲୋକଙ୍କୁ ଏ ଅଂଚଳକୁ ପ୍ରବେଶ କରିବାକୁ ଦିଆଯାଇନାହିଁ | ପାକିସ୍ତାନର ଏହି ସଜବାଜ ସମ୍ପର୍କରେ ବିଏସଏଫ ଡିଜି କେ.କେ.ଶର୍ମା ମଧ୍ୟ ସୂଚନା ଦେଇଛନ୍ତି | ଡିଜି ଶର୍ମା କହିଛନ୍ତି ଯେ, ବିଏସଏଫର ହେଡ଼ କନେଷ୍ଟବଳଙ୍କୁ ହତ୍ୟା ପାକିସ୍ତାନ ପାଇଁ ମାହାଙ୍ଗା ସାବ୍ୟସ୍ତ ହେବ | ସଠିକ ମୌକାର ଅପେକ୍ଷାରେ ବିଏସଏଫ ରହିଛି | ତେବେ ପାକିସ୍ତାନକୁ ବୃଦ୍ଧି ନିଶ୍ଚୟ ଶିଖାଯିବ ବୋଲି ସେ ସୂଚନା ଦେଇଛନ୍ତି | ସୀମାରେ ଭାରତ ପଟୁକୁ ପ୍ରବଳ ଘାସ ରହିଥିବାରୁ ସୀମା ଉପରେ ନଜର ରଖିବା ବିଏସଏଫ ପାଇଁ ଅସୁବିଧା ହେଉଛି | ତେଣୁ ସୀମାରେ ଥିବା ଘାସକୁ ବିଏସଏଫ ଯବାନମାନେ ମଝିରେ ମଝିରେ କାଟିଥାନ୍ତି | ବିଏସଏଫ ଯବାନମାନଙ୍କ ଏହି ଘାସକଟା କାମକୁ ନେଇ ପାକିସ୍ତାନ ସେନା ବିରୋଧ କରୁଛି | ଘାସକଟା ଆରମ୍ଭ ହେଲା ମାତ୍ରେ ପାକିସ୍ତାନ ଗୁଳି ଫୁଟାଇଛି | ତେବେ ପାକିସ୍ତାନର ଏହି ଗୁଳିକୁ ବିଏସଏଫ ଭୟ କରୁନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.