ପରଲୋକରେ କମେଡି ବାଦଶାହ ଉମର ଶରିଫ, ଜର୍ମାନୀରେ ତ୍ୟାଗ କଲେ ଶେଷ ନିଶ୍ୱାସ

Published By : Prameya-News7 Bureau | October 03, 2021 IST

ନୂଆଦିଲ୍ଲୀ, ୦୩/୧୦:   ଆଉ ନାହାଁନ୍ତି ପ୍ରସିଦ୍ଧ ପାକିସ୍ତାନୀ ହାସ୍ୟ ଅଭିନେତା ଉମର ଶରିଫ । ସେ ଶନିବାର ଜର୍ମାନୀରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି ।  ପାକିସ୍ତାନୀ ଗଣମାଧ୍ୟମର ସୂଚନା ଅନୁସାରେ, ଉମରଙ୍କ ପରିବାର ଲୋକେ ତାଙ୍କର ମୃତ୍ୟୁ ବାବଦରେ ପ୍ରଥମେ ସୂଚନା ଦେଇଥିଲେ ।

ଗତ ସେପ୍ଟେମ୍ବର ୨୮ ତାରିଖରେ ଉମରଙ୍କୁ ଏୟାର ଆମ୍ବୁଲାନ୍ସରେ ଆମେରିକା ନିଆଯାଉଥିଲା । କିନ୍ତୁ ରାସ୍ତାରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ।ତାଙ୍କୁ ଜର୍ମାନୀରେ ଚିକିତ୍ସା କରାଯାଇଥିଲା । ଉମରଙ୍କ ବନ୍ଧୁଙ୍କ କହିବାନୁସାରେ, ଅଗଷ୍ଟରେ ତାଙ୍କୁ ହୃଦଘାତ ହୋଇଥିଲା । ଏପରିକି ତାଙ୍କର ଦୁଇଥର ବାଇପାସ ସର୍ଜରୀ ହୋଇସାରିଛି ।

wp:html /wp:html

କମେଡି ସୁପରଷ୍ଟାର ଉମର ୧୯୫୫ ମସିହା ଏପ୍ରିଲ ମାସ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ କରାଚୀର ଲିୟାକତାବାଦରେ ଜନ୍ମଗ୍ରହଣ କରିଥିଲେ । ସେ ମାତ୍ର ୧୪ ବର୍ଷ ବୟସରେ ଅଭିନୟ ଆରମ୍ଭ କରିଥିଲେ । ପରେ ସେ କମେଡି ଦୁନିଆର ବାଦଶାହ ପାଲଟିଯାଇଥିଲେ । ସେ ସାଧାରଣ ଲୋକଙ୍କ ସହ ଜଡିତ କମେଡିକରିବାକୁ ପସନ୍ଦ କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.