UNSCରେ ପୁଣି ଲଜ୍ଜିତ ପାକିସ୍ତାନ, ୧୫୦ରୁ ଅଧିକ ଆତଙ୍କବାଦୀ କଳା ତାଲିକାଭୁକ୍ତ

Published By : Prameya-News7 Bureau | January 18, 2023 IST

ନୂଆଦିଲ୍ଲୀ: ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ପୁଣି ଲଜ୍ଜିତ ପାକିସ୍ତାନ । ୧୫୦ରୁ ଅଧିକ ଆତଙ୍କୀଙ୍କୁ ବିଶ୍ବ ଆତଙ୍କବାଦୀ ଘୋଷଣା କଲା UNSC। ଏଥିରେ ଲସ୍କର-ଏ-ତୈବାର ମୁଖ୍ୟ ସମତେ ବହୁ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ରହିଛନ୍ତି ।

ଗୋଟିଏ ପଟେ ପାକିସ୍ତାନ ଆର୍ଥିକ ସଂକଟରେ ଜୁଝି ହେଉଥିବାବେଳେ ଆନ୍ୟପଟେ ଆତଙ୍କବାଦକୁ ନେଇ ବିଶ୍ବ ମଞ୍ଚରେ ପୁଣି ଲଜ୍ଜିତ ହୋଇଛି। ମଙ୍ଗଳବାର ପାକିସ୍ତାନ ପାଇଁ ସବୁଠାରୁ ଖରାପ ସମୟ ଥିଲା । ଜାତିସଂଘର  ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ୧୫୦ରୁ ଅଧିକ ଆତଙ୍କବାଦୀଙ୍କୁ କଳା ତାଲିକା ଭୁକ୍ତ କରାଯାଇଛି । ଲସ୍କର-ଏ-ତୈବାର ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ୍ ହାଫିଜ୍ ସାଈଦ, ୨୬/୧୧ ମୁମ୍ବାଇର ହମାଲରେ ସାମିଲ ଥିବା ଜକି-ଉର- ରହମାନ, ଜୈଶ-ଏ-ମହମ୍ମଦର ସଂସ୍ଥାପକ ମସୁଦ ଅଜହର ଏବଂ ୧୯୯୩ ବୋମା ବିସ୍ଫୋରଣର ଅପରାଧି ଅଣ୍ଡର ଓ୍ବାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମକୁ ବୋଲ୍ଡ ଲିଷ୍ଟ୍ କରିଛି UNSC ।

ଏହା ପୂର୍ବ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କୀ ଅବଦୁଲ୍ ରେହମାନି ମକ୍କିକୁ  ଗ୍ଲୋବାଲ ଆତଙ୍କବାଦୀ ସୂଚୀରେ ସାମିଲ କରିଛି । UNSCର ୧୨୬୭ ଆଇଏସଆଇଏଲ ଏବଂ ଆଲକାଏଦା ପ୍ରତିବନ୍ଧ ସମିତି ସୋମବାର ମକ୍କିକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରି କଳା ତାଲିକାଭୁକ୍ତ କରିଥିଲା । ଏହା ପରେ ମକ୍କିର ସମ୍ପତ୍ତିକୁ ଫ୍ରିଜ୍ କରାଯାଇଛି । ସେହିପରି ବିଦେଶ ଯାତ୍ରାକୁ ବ୍ୟାନ୍ କରାଯାଇଛି । ଯେଉଁ ଆତଙ୍କବାଦୀ ସଂଗଠନକୁ UNSC ବୋଲ୍ଡ ଲିଷ୍ଟ କରିଛି, ସମସ୍ତ ସଂଗଠନ ପାକିସ୍ତାନ-ଆଫଗାନିସ୍ତାନ ସୀମାନ୍ତ ଅଞ୍ଚଳରେ ଅପରେଟ୍ ହେଉଛି ।

ଗତ ବର୍ଷ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଭାରତ ଓ ଆମେରିକା ଆତଙ୍କବାଦ ଓ ଆତଙ୍କୀ ପ୍ରସଂଗ ଉଠାଇଥିଲା । ହେଲେ ଚୀନ ଏହାକୁ ବିରୋଧ କରଥିଲା । ଚଳିତ ବର୍ଷା ମକ୍କିକୁ ବିଶ୍ବ ଆତଙ୍କବଦୀ ଘୋଷଣା କରିବାକୁ ଭାରତ ଓ ଆମେରିକା ପ୍ରସ୍ତାବ ଦେଇଥିବା ବେଳେ ଚୀନ୍ ଏଥର ପାକିସ୍ତାନ ହାତ ଛାଡ଼ି ଦେଇଛି ।  ପୂର୍ବ ନିଷ୍ପତ୍ତିର ୭ମାସ ପରେ ଚୀନ୍ ନିଜ ନିଷ୍ପତ୍ତିର ପରିବର୍ତ୍ତନ ଆଣିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.