ଡମପଡା ରେଞ୍ଜରେ ପକ୍ଷୀ ମଡକ, କାରଣ ଅସ୍ପଷ୍ଟ

Published By : Prameya-News7 Bureau | December 17, 2022 IST

ବାଙ୍କୀ ୧୭/୧୨: ବାଙ୍କୀ ଡମପଡା ରେଞ୍ଜ ଭଗିପୁର ବନଖଣ୍ଡ ଅଧିନସ୍ତ ବାଆଁରା ନୁଆସାହି ଗ୍ରାମ ନିକଟରେ ସନ୍ଧ୍ୟରେ ଦେଖିବାକୁ ମିଳିଛି ପକ୍ଷୀ ମରିକି ପଡିଥିବାର ।

ଏହାକୁ ଦେଖି ସ୍ଥାନୀୟ ଲୋକେ ଭଗିପୂର ଫରେଷ୍ଟଙ୍କୁ ଖବର ଦେବାରେ ସେ ଆସି ୧୪ ଉର୍ଦ୍ଧ ମୃତ ପକ୍ଷୀଙ୍କୁ ଜବତ କରି ଡମପଡା ରେଞ୍ଜକୁ ପଠାଇଛନ୍ତି । ଡମପଡ଼ା ରେଞ୍ଜର ଆଜି ତାଙ୍କୁ ଭୁବନେଶ୍ୱର ଲବ୍ରୋଟରିକୁ ପରୀକ୍ଷା କରିବା ପାଇଁ ଯିବେ ପରେ ଜଣା ପଡିବ ପକ୍ଷୀ ମଡ଼କ ବିଷୟରେ ବୋଲି ସୂଚନା ।

ପକ୍ଷୀଙ୍କ ମୃତ୍ୟୁର କାରଣ ଅସ୍ପଟ ରହିଛି । ମୃତ ପକ୍ଷୀ ଗୁଡିକ ଦେଖିବାକୁ ନୀଳ ରଙ୍ଗର ପାରା ପରି । ଇଣ୍ଡିଆନ୍ ପକ୍ଷୀ ସାଇବେରିଆରୁ ଆସି ଥିବାର ସୂଚନା । ଏହା ଅଞ୍ଚଳରେ ପ୍ରଥମ କରି ଦେଖିବାକୁ ମିଳିଛି ବୋଲି କୁହନ୍ତି ଗ୍ରାମବାସୀ । ପରେ ଜଣାପଡିବ କେଉଁ ପକ୍ଷୀ ଆଉ ମୃତ୍ୟୁର କାରଣ ବୋଲି ସୁଚନା ଦେଇଛନ୍ତି ଡମପଡା ରେଞ୍ଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.