ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

‘ଫିଦାଇନ୍’ ପୋଷାକରେ ଏବେ ଖୁବ୍ ଟ୍ରୋଲ ହେଉଛନ୍ତି ଏହି ପାକିସ୍ତାନୀ ଗାୟିକା, ଜାଣନ୍ତୁ କ’ଣ କମେଣ୍ଟ କରୁଛନ୍ତି ଲୋକେ

23/10/2019 at 9:48 PM

ପାକିସ୍ତାନୀ ଗାୟିକା ରବି ପିରଜାଦା ଏବେ ଟ୍ୱିଟରରେ ଖୁବ୍ ଟ୍ରୋଲ ହେଉଛନ୍ତି। ସେ ପୋଷ୍ଟ କରିଥିବା ଏକ ଭିଡିଓ ହିଁ ତାଙ୍କୁ ଏଭଳି ପରିସ୍ଥିତିର ପକାଇଛି। ଆଗକୁ ଦୀପାବଳି ଥିବା ବେଳେ ରବି ଭାବିଥିଲେ ସୋସାଲ ମିଡିଆ ପୋଷ୍ଟ ତାଙ୍କୁ ସାରା ଦେଶରେ ଚର୍ଚ୍ଚିତ କରିବ। ହେଲେ ତାହା ବୁମେରାଂ ପାଲଟିଛି। ଲୋକେ ତାଙ୍କ ପୋଷ୍ଟରେ ନାନା କଥା ଉଲ୍ଲେଖ କରୁଛନ୍ତି। ଏପରିକି ତାଙ୍କ ସମ୍ପର୍କରେ ଥିବା ଭାରତୀୟମାନେ ଦୀପାବଳିରେ ସାବଧାନ ରହିବାକୁ ଚେତାଇ ଦେଇଛନ୍ତି। 

କଥା କ’ଣ କି ରବି ଏକ ବିସ୍ଫୋରକ ଜ୍ୟାକେଟ୍ ପିନ୍ଧିଥିବା ଭିଡିଓ ଟ୍ୱିଟରରେ ଅପଲୋଡ କରିବା ସହ ଭାରତର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଧମକପୂର୍ଣ୍ଣ କମେଣ୍ଟ କରିଛନ୍ତି। ହେଲେ ଟ୍ୱିଟର ୟୁଜର ଏବେ ତାଙ୍କର ପରିହାସ କରୁଛନ୍ତି। କେହି ଜଣେ ୟୁଜର  ଆଗକୁ ଦୀପାବଳି ଫୁଟିଯିବ ବୋଲି ସାବଧାନ କରିଛନ୍ତି। କେବଳ ଏତିକି ନୁହେଁ ବିସ୍ଫୋରକ ଜ୍ୟାକେଟ୍ ରେ ରବି ଖୁବ ସୁନ୍ଦର ଦିଶୁଥିବା ଓ ଏଭଳି ପୋଷାକକୁ ପାକିସ୍ତାନର ଜାତୀୟ ପୋଷାକ ଘୋଷଣା କରାଯିବା ଦରକାର ବୋଲି ଉଲ୍ଲେଖ କରୁଛନ୍ତି। ସେହିଭଳି ଅନ୍ୟ ଜଣେ ପାକ୍ ପାରମ୍ପରିକ ପୋଷାକରେ ସୁନ୍ଦର ଦିଶୁଥିବା ଉଲ୍ଲେଖ କରିବା ସହ ପ୍ରଧାନମନ୍ତ୍ରୀ ଏହାକୁ ଜାତୀୟ ପୋଷାକ ମାନ୍ୟତା ଦେବା ଦରକାର ବୋଲି ଉଲ୍ଲେଖ କରିଛନ୍ତି।

ତେବେ ଏଭଳି ଅପଦସ୍ଥ ହେବା ରବିଙ୍କ ଲାଗି କିଛି ନୂଆ କଥା ନୁହେଁ । ଗତ ସେପ୍ଟେମ୍ବର ମାସରେ ସାପ ଓ କୁମ୍ଭୀର ସହ ଫଟୋ ଉଠାଇ ସୋସାଲ ମିଡିଆରେ ଅପଲୋଡ କରିଥିଲେ। ଭାରତର ପ୍ରଧାନମନ୍ତ୍ରୀଙ୍କୁ ଏହି ଜନ୍ତୁଙ୍କ ଦ୍ୱାରା ତାଙ୍କ ଉପରେ ଆକ୍ରମଣ କରନ୍ତେ ବୋଲି ଉଲ୍ଲେଖ କରିଥିଲେ। ତେବେ ଏଥିଯୋଗୁ ପଞ୍ଜାବ ବନ୍ୟପ୍ରାଣୀ ବିଭାଗ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଥିବା ବେଳେ ଲାହୋର କୋର୍ଟ ୱାରେଣ୍ଟ ଜାରି କରିଥିଲେ। ତେବେ କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ଲାଗି ଭାରତର ନିଷ୍ପତ୍ତି ବିରୋଧରେ ସେ ଏପରି ସବୁ ପୋଷ୍ଟ  କରିବା ସହ ନିଜକୁ କାଶ୍ମୀରୀ ଝିଅଙ୍କ ଭଳି ସଜାଉଛନ୍ତି।

   Related Posts