ଇମରାନ୍ ଖାନ୍ଙ୍କ ପାଇଁ ବଢ଼ୁଛି ଅଡ଼ୁଆ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆତଙ୍କବାଦୀ ମାମଲା ରୁଜୁ କଲା ପୋଲିସ୍
19/03/2023 at 7:34 PM

ନୂଆଦିଲ୍ଳୀ, ୧୯/୦୩: ଇମରାନଙ୍କ ବିରୋଧରେ ଆତଙ୍କବାଦୀ ମାମଲା। ପାକିସ୍ତାନ ପୋଲିସ୍ ରବିବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ଙ୍କ ବିରୋଧରେ ଆତଙ୍କବାଦୀ ମାମଲା ରୁଜୁ କରିଛି। ଏହା ସହ ଇସଲାମାବାଦ କୋର୍ଟ ପରିସରରେ ଅଶାନ୍ତ ପରିବେଶ ସୃଷ୍ଟି କରିବା, ପୋଡ଼ାଜଳା, ଭଙ୍ଗାରୁଜା, ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ପୋଲିସ୍ ଏକ ଡଜନରୁ ଅଧିକ ପିଟିଆଇ ନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି।
ସୂଚନାଯୋଗ୍ୟ, ବହୁ ପ୍ରତିକ୍ଷିତ ତୋଶଖାନା ମାମଲାରେ ହାଜର ହେବାକୁ ଶନିବାର ଇସଲାମାବାଦ କୋର୍ଟ ପହଞ୍ଚିଥିଲେ ଇମରାନ୍। ତେବେ ଇମରାନ ଲାହୋରରୁ ନିଜ ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ଇସଲାମାବାଦ କୋର୍ଟ ପହଞ୍ଚିଥିଲେ। ଏହି ସମୟରେ ଉତ୍ତେଜନା ଦେଖିବାକୁ। ପିଟିଆଇ କର୍ମୀ ଏବଂ ପୋଲିସ୍ ଏହି ସଂଘର୍ଷରେ ସମୟରେ ୨୫ ସୁରକ୍ଷା କର୍ମୀ ଆହତ ହୋଇଥିଲେ। ତେବେ ଏହାପରେ ଅତିରିକ୍ତ ଜିଲ୍ଲା ଏବଂ ସେଶନ କୋର୍ଟ ବିଚାରପତି ଇକବାଲ କୋର୍ଟରେ ଶୁଣାଣିକୁ ୩୦ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ କରିଥିଲେ।
ରିପୋର୍ଟ ଅନୁଯାୟୀ, ୧୭ ଜଣ ପିଟିଆଇ କର୍ମୀ ଏବଂ ନେତାଙ୍କ ବିରୋଧରେ ଇସଲାମାବାଦ ପୋଲିସ୍ ଏହି ମାମଲା ରୁଜୁ ହୋଇଛି। ଏଫଆଇଆର୍ରେ କୁହାଯାଇଛି ଯେ କର୍ମୀମାନେ ପୋଲିସ୍ ଚେକ୍ପୋଷ୍ଟ ଏବଂ ବିଚାରାଳୟର ମୁଖ୍ୟ ଗେଟ୍ ନଷ୍ଟ କରିଛନ୍ତି। କୋର୍ଟ ପରିସରରେ ପୋଡ଼ାଜଳା କରିବା , ପଥରମାଡ଼ କରିବା ତଥା ଭଙ୍ଗାରୁଜା କରିବା ମାମଲାରେ ୧୮ ଜଣକୁ ଗିରଫ କରାଯାଇଥିବା ନେଇ ଏଫଆଇଆରରେ କୁହାଯାଇଛି। ତେବେ ଏଥିରେ ଦୁଇ ପୋଲିସ୍ ଗାଡ଼ି ଏବଂ ୭ ମୋଟର ମୋଟସାଇକେଲ୍ ପୋଡ଼ି ନଷ୍ଟ ହୋଇଥିବା ନେଇ କୁହାଯାଇଛି।
ତୋଶଖାନା ମାମଲା:
ପ୍ରକୃତରେ, ପିଟିଆଇ ମୁଖ୍ୟଙ୍କ ବିରୋଧରେ ଅଭିଯୋଗ ରହିଛି ଯେ ତାଙ୍କୁ ମିଳିଥିବା ସରକାରୀ ଉପହାରକୁ କିଣାବିକା ମାମଲାକୁ ନେଇ କାଠଗଡ଼ରେ ଅଛନ୍ତି। ଏଥିରେ ଏକ ଦାମୀ ହାତ ଘଣ୍ଟା ମଧ୍ୟ ରହିଛି। ଏହାକୁ ସେ ତୋଶଖାନା ନାମକ ରାଜ୍ୟ ଜମାଗୃହରୁ ପ୍ରଧାନମନ୍ତ୍ରୀ ଭାବରେ କମ୍ ମୂଲ୍ୟାରେ କିଣି ଏବଂ ଲାଭ ପାଇଁ ବିକ୍ରି କରିଥିଲେ। ୧୯୭୪ ମସିହାରେ ସ୍ଥାପିତ ତୋଶଖାନା କ୍ୟାବିନେଟ୍ ଡିଭିଜନର ପ୍ରଶାସନିକ ନିୟନ୍ତ୍ରଣ ଅନୁଯାୟୀ ଏକ ବିଭାଗ। ଏଠାରେ ଅନ୍ୟ ସରକାର, ରାଜ୍ୟର ମୁଖ୍ୟ ଏବଂ ବିଦେଶୀ ଗଣମାନ୍ୟ ବ୍ୟକ୍ତିଙ୍କ ଦ୍ବାରା ଶାସକ, ସାଂସଦ, ଏବଂ ଅନ୍ୟ ଅଧିକାରୀଙ୍କୁ ଦିଆଯାଇଥିବା ଦାମୀ ଉପହାରକୁ ସଂଗୃହିତ କରାଯାଇଥାଏ।
ଗତ ବର୍ଷ ଅକ୍ଟୋବରରେ ଇମରାନ, ପାକ୍ ନିର୍ବାଚନ ଆୟୋଗ ବିକ୍ରିର ତଥ୍ୟ ନଦେବା କାରଣରୁ ତାଙ୍କୁ ଅଯୋଗ୍ୟ ଘୋଣା କରିଥିଲେ। ପ୍ରଧାନମନ୍ତ୍ରୀ ଭାବରେ ତାଙ୍କୁ ମିଳିଥିବା ଉପହାରକୁ ବିକିବା ପାଇଁ ଅପରାଧିକ ଆଇନ ଅନୁଯାୟୀ ଦଣ୍ଡିତ କରିବାକୁ ଜିଲ୍ଲା ଅଦାଲତରେ ମାମଲା ରୁଜୁ କରିଥିଲେ।