ହୀରା ବାଙ୍କ ପରଲୋକରେ ପାକ୍ ପ୍ରଧାନମନ୍ତ୍ରୀଙ୍କ ଶୋକ, କହିଲେ ମାଆଙ୍କୁ ହରାଇବାଠୁ ବଳି ଆଉ ଦୁଃଖ ନାହିଁ

Published By : Prameya-News7 Bureau | December 30, 2022 IST

ନୂଆଦିଲ୍ଲୀ ୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା ହୀରା ବାଙ୍କ ପରଲୋକରେ ଦେଶ ବିଦେଶରେ ଲୋକେ ଦୁଃଖ ପ୍ରକଟ କରୁଛନ୍ତି। ଏହିକ୍ରମରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ମଧ୍ୟ ହୀରା ବାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ଏ ନେଇ ସରିଫ ଏକ ଟ୍ୱିଟ୍‌ କରିଥିବା ବେଳେ ମାଆଙ୍କୁ ହରାଇବାଠୁ ବଳି ଆଉ ଦୁଃଖ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାଆଙ୍କ ପରଲୋକରେ ସମ୍ବେଦନା ବ୍ୟକ୍ତ କରୁଛି।

wp:html /wp:html

ସେହିପରି ପଡୋଶୀ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ହୀରା ବାଙ୍କ ପରଲୋକ ଖବର ଶୁଣି ଗଭୀର ଦୁଃଖ ଲାଗିଲା। ଦୁଃଖର ଏହି କ୍ଷଣରେ ପିଏମ ମୋଦି ଓ ତାଙ୍କ ପରିବାର ସଦସ୍ୟଙ୍କ ପ୍ରତି ସମ୍ବେଦନା ବ୍ୟକ୍ତ କରୁଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ମା ମଙ୍ଗଳବାର ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭ କରିଥିଲେ। ଏହା ଛଡା ତାଙ୍କୁ କଫ ମଧ୍ୟ ହୋଇଯାଇଥିଲା। ତାଙ୍କୁ ଅହମ୍ମଦାବାଦର ୟୁ.ଏନ୍.ମେହେଟ୍ଟା ହସ୍ପିଟାଲର କାର୍ଡିଓଲୋଜି ଏଣ୍ଡ ରେସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା।

ଡାକ୍ତର ସେଠାରେ ପ୍ରଧାନମନ୍ତ୍ରୀଙ୍କ ମାଙ୍କ ଏମଆରଆଇ ଓ ସିଟିସ୍କାନ ମଧ୍ୟ କରିଥିଲେ। ଗୁରୁବାର ହସ୍ପିଟାଲ ପକ୍ଷରୁ ଏକ ବୟାନ ଜାରି କରି ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିବାର ଘୋଷଣା କରିଥିଲେ। ତେବେ ଶୁକ୍ରବାର ଭୋର ୩ଟା ୩୦ ମିନିଟ୍‌ରେ ତାଙ୍କର ପରଲୋକ ହୋଇଯାଇଛି। ତେବେ ତା ପୂର୍ବରୁ ପ୍ରଧାନମନ୍ତ୍ରୀ ବୁଧବାର ଅପରାହ୍ନ ୪ଟା ବେଳେ ହସ୍ପିଟାଲକୁ ପହଞ୍ଚିଥିଲେ। ମାଆଙ୍କ ସହ କିଛି ସମୟ ବିତାଇବା ସହ ଡାକ୍ତରଙ୍କଠାରୁ ତାଙ୍କର ସ୍ୱାସ୍ଥ୍ୟ ହାଲଚାଲ ପଚାରି ବୁଝିଥିଲେ।

wp:html /wp:html

ପ୍ରଧାନମନ୍ତ୍ରୀଙ୍କ ମାଆ ହୀରା ବେନ୍‌ ଗତ ଜୁନ ମାସରେ ୧୦୦ ବର୍ଷରେ ପଦାର୍ପଣ କରିଥିଲେ। ମାଙ୍କ ୧୦୦ତମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ମାଆଙ୍କୁ ଗାନ୍ଧିନଗରରେ ଭେଟିଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ ତାଙ୍କର ପୂଜାର୍ଚ୍ଚନା କରିବା ସହ ଆଶିର୍ବାଦ ମଧ୍ୟ ଗ୍ରହଣ କରିଥିଲେ। ଏହି ଅବସରରେ ମୋଦି ମାଆଙ୍କୁ ଏକ ସାଲ ଉପହାର ଦେଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.