ପାକିସ୍ତାନୀଙ୍କୁ ଇମ୍ରାନଙ୍କ ଅଲ୍ଟିମେଟମ, ଜୁନ ୩୦ ତାରିଖ ସୁଦ୍ଧା ଘୋଷଣା କରନ୍ତୁ ଅଘୋଷିତ ସମ୍ପତ୍ତି

Published By : Prameya-News7 Bureau | June 10, 2019 IST

ଇସ୍ଲାମାବାଦ ୧୦।୬:  ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ସଂସଦରେ ୨୦୧୯-୨୦ ବାର୍ଷିକ ବଜେଟ ଉପସ୍ଥାପନ କରିବେ । ଏଣୁ ବଜେଟ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଦେଶ ଏବେ ଗୁରୁତ୍ତର ଆର୍ଥିକ ସଂକଟ ମଧ୍ୟ ଦେଇ ଗତି କରୁଛି। ଏଣୁ ଦେଶବାସୀଙ୍କ ସହଯୋଗ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ। ଦେଶକୁ ପ୍ରଗତି ପଥରେ ନେବାକୁ ହେଲେ ନାଗରିକଙ୍କ ଯୋଗଦାନ ଗୁରୁତ୍ବପୂର୍ଣ୍ଣ ଏଣୁ ଦେଶବାସୀଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ‘ଆସେଟ୍ ଡିକ୍ଲାରେସନସ୍କିମ’ ଘୋଷଣା କରିଛନ୍ତି।

{"id":121794}

ଏହି ଯୋଜନାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସେମାନଙ୍କ ମୋଟ ସମ୍ପତ୍ତି ଘୋଷଣା କରିବା ସହ ଶୁଳ୍କ ପୈଠ କରିବା ପାଇଁ ନିବେଦନ କରିଛନ୍ତି। ଲୋକଙ୍କୁ ସେମାନଙ୍କ ବେନାମୀ ସମ୍ପତ୍ତି, ବେନାମୀ ବ୍ୟାଙ୍କ ଆକାଉଣ୍ଟ ଓ ବିଦେଶରେ ଠୁଳ କରିଥିବା ଧନ ସମ୍ପର୍କରେ ଘୋଷଣା କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଜୁନ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି।ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଦେଇଥିବା ଭାଷଣରେ ପାକିସ୍ତାନ ଉପରେ ବକେୟା ଥିବା ମାତ୍ର ୬ ହଜାର କୋଟି ଟଙ୍କାର ଋଣ ୧୦ ବର୍ଷରେ ବଢିବଢି ୩୦ ହଜାର କୋଟି ଟଙ୍କାରେ ପହଞ୍ଚିଥିବା କହିଛନ୍ତି। ଏଣୁ  ଋଣ ବୋଝରୁ ମୁକ୍ତହେବାକୁ ହେଲେ ଆମକୁ  ଏବେ ହିଁ କିଛି କରିବାକୁ ପଡିବ ବୋଲିକହିଛନ୍ତି । ଏଣୁ ଦେଶବାସୀ ସେମାନଙ୍କ ଅଘୋଷିତ ଆୟ, ସମ୍ପତ୍ତି ଆଦି ଘୋଷଣା କରି ପାକିସ୍ତାନକୁ ଏକମହାନ ରାଷ୍ଟ୍ରରେ ପରିଣତ କରିବାଦିଗରେ ସହଯୋଗ କରନ୍ତୁ ବୋଲି ନିବେଦନ କରିଛନ୍ତି।

{"id":121795}

ଏକ ରିପୋର୍ଟ ଅନୁସାରେ ମୋଟ ୨୦ କୋଟି ଜନସଂଖ୍ୟାର ପାକିସ୍ତାନରେ ମାତ୍ର ୧.୪ କୋଟି ଲୋକ ଶୁଳ୍କ ପୈଠ କରୁଛନ୍ତି।ଏଣୁ ପାକିସ୍ତାନ ଉପରେ ଅନ୍ତର୍ଜାତୀୟ ଋଣ ଚାପ ପ୍ରତିବର୍ଷ ବଢିବଢି ଚାଲିଥିବା ବେଳେ ଆଦାୟ ହେଉଥିବା ଶୁଳ୍କ କେବଳ ଋଣର ସୁଧ ପୈଠ କରିବାରେ ବ୍ୟୟ ହେଉଛି। ଏଣୁ ପାକିସ୍ତାନକୁ ଏବେ କେହି ଋଣ ଦେବାକୁ ଆଗ୍ରହୀ ହେଉନଥିବା ବେଳେପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିରୁ ୩ ବର୍ଷ ପାଇଁ ୬ ବିଲିୟନ ଡଲାର ପୁଣିଋଣ ଆଣିଛନ୍ତି।

{"id":121796}

ପାକିସ୍ତାନ ଏକ ଏଭଳିଦେଶ ଯାହାର ରାଜସ୍ବ ଆୟ ବହୁତ କମ୍। ଏଣୁ ସରକାରଙ୍କ ଉପରେ ରାଜସ୍ବ ଆୟବୃଦ୍ଧିର ଚାପ ରହୁଥିଲେ ହେଁ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିଲା। ତେବେ ଇମ୍ରାନଙ୍କ ସରକାର ପ୍ରଥମ ଥର ଲୋକଙ୍କୁ ସେମାନଙ୍କ ଭବିଷ୍ୟ ସୁରକ୍ଷା ପାଇଁ ନିବେଦନ କରିବା ସହ ଦେଶବାସୀଙ୍କୁ ସେମାନଙ୍କ ବେନାମୀ ସମ୍ପତ୍ତିର ଶୁଳ୍କ ପୈଠ କରିବାର ସୁଯୋଗ ପ୍ରଦାନ କରିଛନ୍ତି । ଆଇଏମଏଫରୁ ପ୍ୟାକେଜ୍ ମିଳିବା ପରେ ଜୁନ ୧୧ ତାରିଖରେ ଇମ୍ରାନ ସରକାର ପ୍ରଥମ ଥର ଦେଶର ସାଧାରଣ ବଜେଟ୍ ଆଣିବାକୁ ଯଉଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.