ପିଓକେ ଆକ୍ରମଣ ଘଟଣାରେ ଭାରତୀୟ ଉପ ଉଚ୍ଚାୟୁକ୍ତଙ୍କୁ ପାକ୍ ବୈଦେଶିକମନ୍ତ୍ରାଳୟର ସମନ

Published By : Prameya-News7 Bureau | October 20, 2019 IST

ଇସ୍ଲାମାବାଦ : ଭାରତ-ପାକ୍ ସୀମାର ତଙ୍ଗଧାରରେ ରବିବାର ଭାରତୀୟ ସେନା ବଡଧରଣର କାର୍ଯ୍ୟାନୁଷ୍ଠାନ କରିଛି। ଏହାକୁ ନେଇ ପାକ୍ ବୈଦେଶିକ ମନ୍ତ୍ରାଳୟ ଭାରତୀୟ ଉପ ଉଚ୍ଚାୟୁକ୍ତ ଗୌରବ ଅହଲୁୱାଲିଆଙ୍କୁ ସମନ କରିଛନ୍ତି। ପାକିସ୍ତାନସ୍ଥିତ ଭାରତୀୟ ଦୂତାବାସ ସୂତ୍ରରୁ ଏହି ସୂଚନା ମିଳିଛି। ସେପଟେ ପରିସ୍ଥିତି ନେଇ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସ୍ଥଳ ସେନାଧ୍ୟକ୍ଷ ବିପିନ ରାବତଙ୍କ ସହ ଟେଲିଫୋନରେ  କଥାହୋଇଥିବା ଜଣାପଡିଛି।

{"id":172317,"width":578,"height":378}

ମିଳିଥିବା ସୂଚନା ଅନୁସାରେ ସ୍ଥଳସେନାଧ୍ୟକ୍ଷଙ୍କ ଠାରୁ  ରାଜନାଥ ଘଟଣା ନେଇ ସମ୍ପୂର୍ଣ୍ଣ ଅବଗତ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଥଳସେନାଧ୍ୟକ୍ଷ ପାକ୍ ସେନାଙ୍କ ସିଜଫାୟାର ଉଲ୍ଲଂଘନ ଓ ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇଛନ୍ତି। ପରିସ୍ଥିତି ଉପରେ ପ୍ରତିରକ୍ଷା ମନ୍ତ୍ରୀ ନଜର ରଖି ରହିଥିବା ବେଳେ ସ୍ଥଳସେନାଧ୍ୟକ୍ଷଙ୍କୁ  ପ୍ରତି ମୂହୁର୍ତ୍ତ ସୂଚନା ଦେବାକୁ କହିଛନ୍ତି।

{"id":172318}

ପାକ୍ ସେନାର ସିଜଫାୟାର ଉଲ୍ଲଂଘନ ବିରୋଧରେ ଭାରତୀୟ ସେନା ରବିବାର କାର୍ଯ୍ୟାନୁଷ୍ଠାନ କରିଛି। ଏଥିରେ ପାକ୍ ଅଧିକୃତ କାଶ୍ମୀରରେ ଥିବା ପାକିସ୍ତାନ ସେନାର ଠିକଣା ସମେତ ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡକୁ ଆର୍ଟିଲେରୀ କମାଣ ଲଗାଇ ଉଡାଇ ଦେଇଛନ୍ତି। ଫଳରେ ପାକିସ୍ତାନର ଭିଷଣ କ୍ଷୟକ୍ଷତି ହୋଇଥିବାର ଅନୁମାନ କରାଯାଉଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.