ଟେରର ଫଣ୍ଡିଂକୁ ରୋକିବାରେ ବିଫଳ ହୋଇଛି ପାକିସ୍ତାନ, ଜାଣନ୍ତୁ ଆଉ କ’ଣ ସବୁ ରହିଛି ଆମେରିକା ରିପୋର୍ଟରେ

Published By : Prameya-News7 Bureau | November 02, 2019 IST

ନୂଆଦିଲ୍ଲୀ : ପାକିସ୍ତାନ ଗତ କିଛି ମାସ ଧରି ଟେରର ଫଣ୍ଡିଂ ମାମଲାକୁ ନେଇ ବିବାଦ ଘେରରେ ରହିଛିା ଅନ୍ତରାଷ୍ଟ୍ରୀୟ ସମୁଦାୟର ଚାପ ପରେ ମଧ୍ୟ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ସେପରି କିଛି ଆଖିଦୃଶିଆ ପଦକ୍ଷେପ ନେଇନାହିଁ । ଆମେରିକାର ଏକ ରିପୋର୍ଟରୁ ଏନେଇ ଖୁଲାସା ହୋଇଛି । ଆମେରିକା ବିଭାଗର ବାର୍ଷିକ ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି।  

{"id":178111,"width":574,"height":428}

ଆମେରିକା ବିଭାଗ ରିପୋର୍ଟରେ ଦର୍ଶାଯାଇଛି ଯେ, ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ଲାଗି ପାକିସ୍ତାନ ବିଭିନ୍ନ ସର୍ତ୍ତକୁ ପାଳନ କରିବାରେ ବିଫଳ ହୋଇଛି । ଲସ୍କର-ଏ-ତୌୟବା, ଜୈଶ-ଏ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନ ଉପରେ ଆର୍ଥିକ ପ୍ରତିବନ୍ଧ ଲାଗୁ କରିବାରେ ପାକ୍ ଅସଫଳ ହୋଇଛି । କେବଳ ଏତିକି ନୁହେଁ ଏହି ସବୁ ସଙ୍ଗଠନ ସହ ଜଡିତ ଲୋକଙ୍କୁନିର୍ବାଚନ ଲଢିବା ଲାଗି ମଧ୍ୟ ସୁଯୋଗ ଦିଆଯାଇଛି। ସଂଯୁକ୍ତ ରାଷ୍ଟ୍ରର ପ୍ରତିବନ୍ଧକ ସତ୍ବେ ଅନାୟସରେ ଆତଙ୍କବାଦୀମାନେ ଅର୍ଥ ସଂଗ୍ରହ କରୁଛନ୍ତି ।

{"id":178112,"width":577,"height":323}

ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ, ଇରାନ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ସବୁଠାରୁ ପଛରେ ରହିଛି । ଏହା ଅତି ନୈରାଶ୍ଯଜନକ ପ୍ରଦର୍ଶନ କରିଛି । ଅଲକାଏଦା ଏବେବି ଜିହାଦୀ ଆନ୍ଦୋଳନରେ ସାରା ବିଶ୍ବକୁ ଶାସନ କରିବାକୁ ଚାହୁଁଛି । ତେବେ ଲସ୍କର ଭାରତ ଓ ଆଫଗାନିସ୍ତାନରେ ବଡ ଧରଣର ଆକ୍ରମଣ କରିବାକୁ ଷଡଯନ୍ତ୍ର ରଚୁଛି । ରିପୋର୍ଟରୁ ଆହୁରି ମଧ୍ଯ ଜଣାପଡିଛି ଯେ  ଜୈଶ ଦ୍ବାରା ଭାରତୀୟ ସେନା ଉପରେ ସଂଞ୍ଜୁବନ କ୍ଯାମ୍ପ ଆକ୍ରମଣ ହୋଇଥିଲା।  ଯେଉଁଥିରେ ୭ଜଣ ଯବାନ ସହିଦ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.