ଭାରତ-ପାକ୍ ସୀମାରେ ଉଡୁଛି ପାକିସ୍ତାନୀ ଡ୍ରୋନ୍, ସୁରକ୍ଷା ବ୍ୟବସ୍ଥା କଡାକଡି

Published By : Prameya-News7 Bureau | October 08, 2019 IST

ଫିରୋଜପୁର ୮।୧୦: ଭାରତ-ପାକ୍ ସୀମାରେ ଉଡୁଛି ପାକିସ୍ତାନୀ ଡ୍ରୋନ୍ । ପଞ୍ଜାବର ଫିରୋଜପୁର-ହୁସେନୱାଲା ସୀମା ନିକଟବର୍ତ୍ତି ଅଞ୍ଚଳରେ ଏକ ଡ୍ରୋନ୍ ଗତକାଲି ରାତିସାରା ଉଡୁଥିବା ନେଇ ବିଏସଏଫ ପକ୍ଷରୁ ସୂଚନା ମିଳିଛି ।

ସ୍ଥାନୀୟ ଲୋକେ ଡ୍ରୋନ୍ ଦେଖିବା ପରେ ସୁରକ୍ଷାକର୍ମୀଙ୍କୁ ଖବର ଦେଇଥିଲେ । ପାକିସ୍ତାନ ପାର୍ଶ୍ବରେ ରହି ଡ୍ରୋନଟି ଭାରତୀୟ ସୀମାକୁ ନୀରିକ୍ଷଣ କରୁଥିବା ଲୋକମାନେ କହିଛନ୍ତି । ବିଏସଏଫ ପକ୍ଷରୁ ପଞ୍ଜାବ ପୋଲିସକୁ ସୂଚନା ଦିଆଯିବା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ପୋଲିସ ।

ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସୀମାରେ ତୀକ୍ଷ୍ନ ନଜର ରଖାଯାଇଛି । ଅନୁପ୍ରବେଶ ଆଶଙ୍କାରେ ଗୁଇନ୍ଦା ଅଧିକାରୀ, ସୁରକ୍ଷାବଳଙ୍କୁ ସଜାଗ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.