ଆମେରିକାକୁ ଲାଦେନର ସୂଚନା ଦେଇ ଗିରଫ ହୋଇଥିଲେ ପାକିସ୍ତାନୀ ଡାକ୍ତର, ଏବେ ଜେଲରେ ଆରମ୍ଭ କଲେ ଅନଶନ

Published By : Prameya-News7 Bureau | March 02, 2020 IST

ଇସଲାମାବାଦ, ୦୨|୦୩: ଆମେରିକାକୁ ଅଲକାଏଦା ମୁଖ୍ୟ ଓସମା ବିନ୍ ଲାଦେନକୁ ଖୋଜିବାରେ ସାହାଯ୍ୟ କରିଥିବା ପାକିସ୍ତାନୀ ଡାକ୍ତର ସକିଲ୍ ଆଫ୍ରିଦି ଜେଲରେ ଅନଶନ ଆରମ୍ଭ କରିଛନ୍ତି। ଏନେଇ ତାଙ୍କର ଓକିଲ ଓ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କୁ ନକଲି ଟୀକାକରଣ କାର୍ଯ୍ୟକ୍ରମ ପାଇଁ ଦୀର୍ଘ ବର୍ଷ ଧରି ଜେଲରେ ବନ୍ଦୀ ଭାବେ ରଖାଯାଇଛି। ଏହି କାର୍ଯ୍ୟକ୍ରମ ହିଁ ଲାଦେନକୁ ସନ୍ଧାନ କରିବା ପାଇଁ କରାଯାଇଥିବା ଅଭିଯୋଗ ହୋଇଥିଲା।

{"id":231650,"width":748,"height":420,"sizeSlug":"large"}

ସକିଲଙ୍କୁ ସାକ୍ଷାତ କରିବା ପରେ ତାଙ୍କର ଭାଇ ଜମିଲ ଏହା ତାଙ୍କର ଓ ପରିବାର ବିରୋଧରେ କରାଯାଉଥିବା ଅମାନବୀୟ କାଣ୍ଡକୁ ବିରୋଧ କରି କରାଯାଉଛି। ତାଙ୍କ ଓକିଲ କମର ନଦୀମ ହିଁ ଅନଶନ ବାବଦରେ ସୂଚନା ଦେଇଛନ୍ତି। ୨୦୧୨ ମେ ମାସରେ ଆତଙ୍କବାଦୀ ଲିଙ୍କ୍ ଅଭିଯୋଗରେ ସକିଲଙ୍କୁ ୩୩ ବର୍ଷ ପାଇଁ ଜେଲଦଣ୍ଡ ଦିଆଯାଇଥିଲା। ପରେ ଏହାକୁ ୧୦ ବର୍ଷ ପାଇଁ କୋହଳ କରାଯାଇଥିଲା। ତେବେ ସକିଲ ସର୍ବଦା ଏହି ଅଭିଯୋଗକୁ ଖଣ୍ଡନ କରି ଆସୁଛନ୍ତି। ଆମେରିକାର କିଛି ସାଂସଦ ମଧ୍ୟ ଲାଦେନର ହତ୍ୟାର ପ୍ରତିଶୋଧ ନେବା ପାଇଁ ସକିଲଙ୍କୁ ଏହିପରି ଦଣ୍ଡିତ କରାଯାଇଥିବା କହିଛନ୍ତି।

{"id":231651,"width":746,"height":489,"sizeSlug":"large"}

୨୦୧୧ରେ ଆମେରିକା ପାକିସ୍ତାନରେ ପଶି ଲାଦେନକୁ ହତ୍ୟା କରିଥିଲା। ଯାହା ପାକିସ୍ତାନୀ ସେନାକୁ ତାଜୁବ କରିବା ସହ ଏକ ବଡ ବିଫଳତା ବୋଲି ସୂଚାଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସକିଲଙ୍କୁ ଖଲାସ କରିବା ପାଇଁ ପାକିସ୍ତାନକୁ କହିସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.