ପାକ୍ ୱିକେଟ୍ କିପର ଗୋଡରେ ଉଠାଇ ଦେଲେ ଦେଶର ଜାତୀୟ ପତାକା, ଫ୍ୟାନ୍ସ ଅସନ୍ତୁଷ୍ଟ

Published By : Prameya-News7 Bureau | September 28, 2022 IST

କରାଚୀ ୨୮।୯: ପାକିସ୍ତାନ କ୍ରିକେଟ୍ ଟିମ୍‌ର ୱିକେଟ କିପର ଓ ବ୍ୟାଟସ୍‌ମ୍ୟାନ ମହମ୍ମଦ ରିଜୱାନଙ୍କ ଦ୍ୱାରା ଏକ ମସ୍ତବଡ ଭୁଲ ହୋଇଯାଇଛି। ଷ୍ଟାଡିୟମରେ ଫ୍ୟାନସ୍‌ଙ୍କୁ ସେମାନଙ୍କ ଟି-ସାର୍ଟ, କ୍ୟାପ୍‌ ଓ ଜାତୀୟ ପତାକାରେ ଅଟୋଗ୍ରାଫ ଦେଉ ଦେଉ ଏହି ଭୁଲ କରି ଦେଇଛନ୍ତି। ଯେଉଁଥି ପାଇଁ ଦେଶରେ ତାଙ୍କର ତିରସ୍କାର ହେଉଛି।  ଅଜାଣତରେ ସେ ଦେଶର ଜାତୀୟ ପତାକାକୁ ଗୋଡରେ ଉଠାଇ ଦେଇଥିବା ବେଳେ ଏହି ଭିଡିଓ ଏବେ ଦେଶରେ ଭାଇରାଲ ହେଉଛି।

{"id":689433,"width":841,"height":505,"sizeSlug":"full","linkDestination":"none"}

ରିଜୱାନ ପାକିସ୍ତାନ ଜାତୀୟ ପତାକାକୁ ଗୋଡରେ ଉଠାଉଥିବାର ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କ ଉପରେ ପାକିସ୍ତାନୀ ଅସନ୍ତୁଷ୍ଟ ହୋଇପଡିଛନ୍ତି। ଏହି ଭିଡିଓଟି ଗତ ରବିବାରର କରାଚୀରେ ଖେଳା ଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚ୍‌ ଶେଷରେ ଏପରି ହୋଇଥିଲା। ଏହି ମ୍ୟାଚ୍‌ରେ ପାକିସ୍ତାନର ବିଜୟ ହୋଇଥିଲା। ଗୋଟିଏ ପଟେ ବିଜୟର ଉଲ୍ଲାସ ଆଉ ଗୋଟିଏ ପଟେ ଫ୍ୟାନସ୍‌ ରିଜୱାନ ଗୋଡତଳେ ପଡିଯାଇଥିବା ଜାତୀୟ ପତାକା କଥା ଭୁଲି ଯାଇଥିଲେ।

wp:html /wp:html

ଏହି ମ୍ୟାଚ୍‌ରେ ମହମ୍ମଦ ରିଜୱାନ ଅର୍ଦ୍ଧଶତକ କରିଥିଲେ। ତେବେ ହ୍ୟାରିସ୍ ରୌଫଙ୍କ ଦମଦାର ବୋଲିଂ ଯୋଗୁ ପାକିସ୍ତାନ ଟିମ୍‌ର ବିଜୟ ସମ୍ଭବ ହୋଇପାରିଥିଲା। ଷ୍ଟାଡିୟମରେ ମ୍ୟାଚ୍‌ ପରେ ରିଜୱାନ ଫ୍ୟାନସ୍‌ଙ୍କୁ ସେମାନଙ୍କ ଟି-ସାର୍ଟ, କ୍ୟାପ୍ ରେ ଅଟୋଗ୍ରାଫ ଦେଉଥିଲେ। ଏଥିପାଇଁ ତାଙ୍କ ଆଡକୁ ଫ୍ୟାନସ୍‌ ଷ୍ଟାଡିମ ଷ୍ଟାଣ୍ଡରୁ ଟି-ସାର୍ଟ ଓ କ୍ୟାପ ଫିଙ୍ଗୁଥିଲେ। ଏଥିରେ କେତେବେଳେ ସେ ପଡିଥିବା ଏକ ଜାତୀୟ ପତାକାକୁ କ୍ୟାମେରା ଆଗରେ ପାଦରେ ଉଠାଇ ଦେଇଥିସେ ତାହା ସେ ଜାଣିପାରିନଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.