ଫରକ ପଡିବନି ୩୭୦ ଉଚ୍ଛେଦକୁ ନେଇ ଦୁଇ ଦେଶର ଶତୃତା : ଅଗଷ୍ଟ ୨୦ରେ ଭାରତୀୟ ଯୁବତୀଙ୍କୁ ବିବାହ କରିବେ ଏହି ପାକ୍ କ୍ରିକେଟର
13/08/2019 at 12:17 PM

ନୂଆଦିଲ୍ଲୀ୧୩|୮: ଜମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଓ କାଶ୍ମୀରର ବିଭାଜନ ପରେ ଭାରତ-ପାକ୍ ସମ୍ପର୍କ ଅଧିକ ଖରାପ ହେବାରେ ଲାଗିଛି । ଏପରିକି ଭାରତ ସହିତ ପାକିସ୍ତାନ ରାଜନୈତିକ, କୂଟନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିଛି । ଦୁଇ ଦେଶ ମଧ୍ୟରେ ଚାଲିଥିବା ସମଝୌତା ଏକ୍ସପ୍ରେସକୁ ପାକିସ୍ତାନ ରଦ୍ଦ କରିଦେଇଛି । ଗତକାଲି ଇଦ ଅବସରରେ ଭାରତୀୟ ସୀମା ସୁରକ୍ଷା ବିହିନୀ ପାକିସ୍ତାନ ସେନାକୁ ଦେଇଥିବା ମିଠା ପାକିସ୍ତାନ ଗ୍ରହଣ କରିନାହିଁ ।ଦୁଇଦେଶ ମଧ୍ୟରେ ସମ୍ପର୍କ ଏଭଲି ଏକ ତିକ୍ତ ସ୍ତରରେ ପହଞ୍ଚିଥିବାବେଳେ ଏକ ମଧୂର ଖବର ମଧ୍ୟ ଅଛି ।

ଖବର ହେଉଛି ପାକିସ୍ତାନର ବ୍ୟାଟ୍ସ ମ୍ୟାନ ହସନ ଅଲ୍ଲୀ ଭାରତର ଜଣେ ଝିଅଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।ହରିଆଣା ନୁଁହର ବାସିନ୍ଦା ସାମିୟା ଆରଜୁଙ୍କୁ ବିବାହ କରିବେ ପାକ୍ କ୍ରିକେଟର। ଉଭୟଙ୍କ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି।ପାକିସ୍ତାନର ପଞ୍ଜାବ ପ୍ରଦେଶ ବାସିନ୍ଦା ହସନ ଓ ଭାରତର ହରିଆଣା ବାସିନ୍ଦା ଦୁବାଇର ଏଟଲାଣ୍ଟିସ ପାମ ଜୁବେରା ପାର୍କ ହୋଟେଲରେ ଅଗଷ୍ଟ ୨୦ ତାରିଖରେ ନିକାହ କରିବେ।

ପରିବାରର ପାଖାପାଖି ୧୦ ଜଣ ସଦସ୍ୟ ଅଗଷ୍ଟ ମାସ ୧୭ ତାରିଖରେ ଦୁବାଇ ଯିବେ।ହସନଙ୍କ ପରିବାରରୁ ୨୦ଜଣ ଲୋକ ଏହି ବିବାହରେ ସାମିଲ ହେବେ। ସାମିୟାଙ୍କ ବାପା ପୂର୍ବତନ ବିଡିପିଓ ଲିୟାକତ ଅଲ୍ଲୀଙ୍କ କହିବା ଅନୁସାରେ ଝିଅର ବିବାହ କେବେ ନା କେବେ ହେବ। ତେବେ ଭାରତରେ ହେଉ ବା ପାକିସ୍ତାନରେ ସେଥିରୁ କିଛି ଫରକ ପଡେ ନାହିଁ।ଏହା ସହ ସେ କହିଥିଲେ ଯେ, ଭାରତ ଓ ପାକ ବିଭାଜନ ସମୟରେ ତାଙ୍କର ଅନେକ ସମ୍ପର୍କୀୟ ପାକିସ୍ତାନ ଚାଲିଯାଇଥିଲେ।ସେମାନଙ୍କ ସହ ସେ ଆଜି ମଧ୍ୟ ସମ୍ପର୍କରେ ଅଛନ୍ତି।

ସାମିୟାଙ୍କ ବିବାହ ପ୍ରସ୍ତାବ ତାଙ୍କ ଜେଜେଙ୍କ ପରିବାର ମାଧ୍ୟମରେ ହୋଇଥିଲା।ସାମିୟାଙ୍କ ବାପା କହିଥିଲେ ଯେ, ପାକିସ୍ତାନର ପୂର୍ବତନ ସାଂସଦ ଓ ପାକିସ୍ତାନ ରେଲୱେ ବୋର୍ଡର ଚେୟାରମ୍ୟାନ ତାଙ୍କ ଜେଜେଙ୍କର ନିଜ ଭାଇ ଥିଲେ।ବିଭାଜନ ପରେ ତାଙ୍କ ଜେଜେ ଭାରତରେ ରହିଗଲେ ଓ ତାଙ୍କ ଭାଇ ପାକିସ୍ତାନ ଚାଲିଯାଇଥିଲେ। ସାମିୟା ମାନବ ରଚନା ବିଶ୍ବବିଦ୍ୟାଳୟରୁ ଏରୋନଟିକାଲ ଇଂଜିନିୟରିଂରେ ବିଟେକ୍ କରିଛନ୍ତି।ପ୍ରଥମେ ସେ ଜେଟ୍ ଏୟାରୱେଜ୍ରେ କାମ କରୁଥିଲେ। ଏବେ ୩ ବର୍ଷ ହେବ ସେ ଏୟାର ଆମିରେଟରେ କାମ କରୁଛନ୍ତି।

ଦୁବାଇରେ ବିବାହ ହେବା ପରେ ରିସେପଶନ୍ ପାକିସ୍ତାନରେ ହେବ।ରିସେପଶନ୍ରେ ଝିଅ ପରିବାର ତରଫରୁ ଅନେକ ପାକିସ୍ତାନ ଯିବେ।ପାକିସ୍ତାନର ଅଧିକାଂଶ କ୍ରିକେଟର ଭାରତୀୟ ମୁସଲିମ୍ ଝିଅଙ୍କୁ ବହୁତ ଅଧିକ ପସନ୍ଦ କରୁଛନ୍ତି। ସାନିଆ ମିର୍ଜାଙ୍କ ପରେ ସାମିୟା ଦ୍ବିତୀୟ ଭାରତୀୟ ଲଲନା ୟିେ ପାକିସ୍ତାନ କ୍ରିକେଟରଙ୍କୁ ବିବାହ କରିବେ ।
