ଭାରତୀୟ ଯୁବତୀ ସାମିୟା ଆରଜୁଙ୍କୁ ବିବାହ କଲେ ପାକ୍ କ୍ରିକେଟର ହସନ ଅଲ୍ଲୀ
21/08/2019 at 5:24 PM

ଜମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଓ କାଶ୍ମୀରର ବିଭାଜନ ପରେ ଭାରତ-ପାକ୍ ସମ୍ପର୍କ ଅଧିକ ଖରାପ ହେବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଅଛପା ହୋଇ ନାହିଁ ।ଦୁଇଦେଶ ମଧ୍ୟରେ ସମ୍ପର୍କ ଏଭଳିପରିସ୍ଥିତିରେ ପହଞ୍ଚିଥିବାବେଳେ ଏକ ମଧୂର ଖବର ମଧ୍ୟ ଅଛି ।

ପାକିସ୍ତାନର ବ୍ୟାଟ୍ସମ୍ୟାନ ହସନ ଅଲ୍ଲୀ ଭାରତର ଜଣେ ଝିଅଙ୍କୁ ବିବାହ କରିବା ନେଇ ଚର୍ଚ୍ଚା ଚାଲିଥିଲା। ହେଲେ ଗତ କାଲି ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି। ହରିଆଣା ନୁଁହର ବାସିନ୍ଦା ସାମିୟା ଆରଜୁଙ୍କୁ ବିବାହ କରିଛନ୍ତି ପାକ୍ କ୍ରିକେଟର।

ପାକିସ୍ତାନର ପଞ୍ଜାବ ପ୍ରଦେଶ ବାସିନ୍ଦା ହସନ ଓ ଭାରତର ହରିଆଣା ବାସିନ୍ଦା ଦୁବାଇର ଏଟଲାଣ୍ଟିସ ପାମ ଜୁବେରା ପାର୍କ ହୋଟେଲରେ ଅଗଷ୍ଟ ୨୦ ତାରିଖରେ ନିକାହ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଉଭୟ ପରିବାର ଲୋକେ ଉପସ୍ଥିତ ଥିଲେ।

ସାମିୟାଙ୍କ ପରିବାର ଲୋକେ ବିବାହର କିଛି ଦିନ ପୂର୍ବରୁ ଦୁବାଇ ପହଞ୍ଚିସାରିଥିଲେ। ବିବାହ ପୂର୍ବରୁ ସାମିୟା ଓ ହସନଙ୍କ ପ୍ରି ୱେଡିଂ ଫଟୋସୁଟ୍ ହୋଇଥିଲା।

ସନ୍ଧ୍ୟା ୬ଟାରେ ବିବାହ ସମ୍ପୂର୍ଣ୍ଣ ହେବା ପରେ ୮ଟାରେ ଡିନର ଆୟୋଜନ କରାଯାଇଥିଲା। ରାତି ୧୦ଟାରେ ସାମିୟାଙ୍କ ବିଦାୟି ହୋଇଥିଲା।

କିଛି ଦିନ ମଧ୍ୟରେ ପାକିସ୍ତାନରେ ଉଭୟଙ୍କ ରିସେପଶନ ପାର୍ଟି ହେବ। ବିବାହରେ ଭାରତର ଝିଅ ସାମିୟା ପୂରା ଭାରତୀୟ ପରିଧାନରେ ନିକାହ କରିଥିଲେ। ସେ ଭାରତୀୟ ପାରମ୍ପାରିକ ଡ୍ରେସ ପିନ୍ଧି ବିବାହ କରିଥିଲେ । ଅପରପକ୍ଷରେ ହସନ ପାକିସ୍ତାନୀ ପରିଧାନ ଅର୍ଥାତ ଶେରୱାନି ପିନ୍ଧିଥିଲେ। ସାମିୟା ଓ ହସନଙ୍କ ଯୋଡି ବହୁତ ସୁନ୍ଦର ଦେଖାଯାଉଥିଲା।