ପଙ୍ଗପାଳ ଯୋଡି ଦେଲେ ଫାଟ, ଏକାଠି ହେଲେ ଭାରତ ଓ ପାକ୍

Published By : Prameya-News7 Bureau | February 16, 2020 IST

ନୂଆଦିଲ୍ଲୀ ୧୬।୨:  କାଶ୍ମୀରରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ଭାରତ ଓ ପାକିସ୍ତାନ ସମ୍ପର୍କରେ ସୃଷ୍ଟି ହୋଇଥିବା ଫାଟ  ପଙ୍ଗପାଳଙ୍କ ଯୋଗୁ ବୁଜି ହୋଇଯାଇଛି। ମରୁ ପଙ୍ଗପାଳ ଉଭୟ ଦେଶ ଲାଗି ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି। ଖେତରେ ଛିଡା ହୋଇଥିବା ଫସଲ ନିମିଶେକରେ କୁଟା ହୋଇଯାଉଛି। ଏଣୁ ଖାଦ୍ୟାଭାବ ଜନିତ ସମସ୍ୟାକୁ ନଜରରେ ରଖି ଦୁଇ ଦେଶ ପୁଣି ମିଳିତ ଯୋଜନା ହାତକୁ ନେବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି।

{"id":225238,"sizeSlug":"large"}

ଗତବର୍ଷ ପାକିସ୍ତାନ ଓ ପରେ ଭାରତରେ ପଙ୍ଗପାଳ ଦେଖାଦେଇଥିଲେ। ଏଥିଲାଗି ଭାରତ ପାକିସ୍ତାନକୁ ଦୋଷ ଦେଉଥିବା ବେଳେ ସେମାନଙ୍କର ନିୟନ୍ତ୍ରଣ ସମ୍ଭବ ହେଉନଥିଲା। ଏଥିରେ ଭାରତ କାଶ୍ମୀରରୁ ସମ୍ବିଧାନର ଧାରା ୩୭୦ ପ୍ରତ୍ୟହାର କରିନେବା ପଙ୍ଗପାଳଙ୍କୁ ବେଶ ସୁହାଇଥିଲା। ପାକିସ୍ତାନ ପଙ୍ଗପାଳଙ୍କ ମୁକାବିଲା କରିବାରେ ବିଫଳ ହୋଇଥିବା ବେଳେ ସେମାନଙ୍କ ଉତ୍ପାତ ଭାରତର ପଶ୍ଚିମ ରାଜ୍ୟ ରାଜସ୍ଥାନ ଓ ଗୁଜୁରାଟରେ  ବି ଦେଖାଦେଇଥିଲା। 

{"id":225239,"sizeSlug":"large"}

ଗତବର୍ଷ ଜୁନମାସରେ ଦେଖା ଦେଇଥିବା ଏହି ସମସ୍ୟାର ଭାରତୀୟ କୃଷି ବିଶେଷଜ୍ଞ ସମାଧାନ କରିବାରେ ସଫଳ ହୋଇଥିବା ବେଳେ ପାକିସ୍ତାନ ଏବେ ଜାତୀୟ ବିପତ୍ତି ଘୋଷଣା କରିଛି। ତେବେ ପଙ୍ଗପାଳ ଦୁଇ ଦେଶଙ୍କ ସମସ୍ୟା ହୋଇଥିବାରୁ କୂଟନୈତିକ ସ୍ତରରେ ସମାଧାନର କୌଣସି ବାଟ ନଥିଲା। ହେଲେ ବିପଦରେ ସାପ-ବେଙ୍ଗ ଭଳି  ଦୁଇ ଦେଶ ଏକଜୁଟ ହେବା ସହ ମୁାକବିଲା ଲାଗି ନିଷ୍ପତ୍ତି ନେଇଛନ୍ତି।

{"id":225240,"sizeSlug":"large"}

ତେବେ ଏହା ମଧ୍ୟ ଏତେ ସହଜରେ ହୋଇ ନାହିଁ। ପାକିସ୍ତାନର ଖୋକରାପାର ଓ ଭାରତର ମୁନାବାଓରେ ଦୁଇ ଦେଶଙ୍କ ମଧ୍ୟରେ ପୂର୍ବରୁ ୪ଟି ବୈଠକ ବିଫଳ ହୋଇଥିବା ବେଳେ ଏବେ ହୋଇଥିବା ପ଼ଞ୍ଚମ ପର୍ଯ୍ୟାୟ ବୈଠକ କିନ୍ତୁ ସଫଳ ହୋଇଛି। ଏଣୁ ଉଭୟ ଦେଶ ମିସି ଏବେ ପଙ୍ଗପାଳଙ୍କ ବିରୋଧରେ ସଂଗ୍ରାମ କରିବେ ବୋଲି ସ୍ପଷ୍ଟ ହୋଇଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.