'ଟି-୨୦ ବିଶ୍ୱ କପ୍‌ରେ ଭାରତକୁ ହରାଇଲେ ଜିମ୍ବାୱେ ନାଗରିକଙ୍କୁ ବିବାହ କରିବି', ପାକିସ୍ତାନ ଅଭିନେତ୍ରୀଙ୍କ ଅଫର

Published By : Prameya-News7 Bureau | November 03, 2022 IST

ଇସ୍ଲାମବାଦ: ଆସନ୍ତା ମ୍ୟାଚ୍‌ରେ ଯଦି ଜିମ୍ବାୱେ ଭାରତକୁ ହରାଇ ଦେଲା ତେବେ ମୁଁ ଜଣେ ଜିମ୍ବାୱେ ଦେଶର ନାଗରିକଙ୍କୁ ବିବାହ କରିବି। ଜିମ୍ବାୱେ ଟିମ୍‌କୁ ଏମିତି ଅଫର ଦେଇଛନ୍ତି ପାକିସ୍ତାନ ଅଭିନେତ୍ରୀ ଶେହର ଶିନୱାରୀ। ଟି-୨୦ ବିଶ୍ୱକପରେ ନଭେମ୍ବର ୬ ତାରିଖରେ ଜିମ୍ବାୱେ-ଭାରତ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ତା ପୂର୍ବରୁ ଭାରତର ପରାଜୟ କାମନା କରି ଜିମ୍ୱାୱେ ଟିମ୍‌କୁ ଏମିତି ଅଫର ଦେଇଛନ୍ତି ଶିନୱାରୀ।

ସେ ଟ୍ୱିଟ୍ କରି ଏପରି ଅଫର ଦେବା ପରେ ଟ୍ୱିଟରାଟୀମାନେ ତାଙ୍କୁ ଭୟଙ୍କର ଭବରେ ଟ୍ରୋଲ କରିଛନ୍ତି। ଶିନୱାରୀ କହିଛନ୍ତି “ ମୁଁ ଜଣେ ଜିମ୍ବାୱେ ନାଗରିକଙ୍କୁ ବିବାହ କରିବି ଯଦି ଟିମ୍ ଆସନ୍ତା ମ୍ୟାଚ୍‌ରେ ଚମତ୍କାର ଭାବରେ ଭାରତକୁ ପରାସ୍ତ କରିବ।” ଶିନିୱାରୀଙ୍କ ଏହି ଟ୍ୱିଟ୍‌ ପରେ ତାଙ୍କୁ ଟ୍ରୋଲ କରିଛନ୍ତି ଟ୍ୱଟରାଟୀ।  

ଏହା ପୂର୍ବରୁ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଶନିୱାର ବାରମ୍ବାର ଟ୍ୱିଟ୍ କରି ଭାରତର ପରାଜୟ କାମନା କରିଥିଲେ। ଆଉ ଏବେ ଜିମ୍ୱାୱେ ଟିମ୍‌କୁ ଏମିତି ଅଫର ଦେବା ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହିଛି। ତାଙ୍କର ଏହି ଟ୍ୱିଟ୍‌ରେ ୩ ହଜାରରୁ ଅଧିକ ଲାଇକ୍ ଓ ଏକ ହଜାରରୁ ଅଧିକ ରିପ୍ଲାଏ ମିଳିସାରିଲାଣି।

ଟ୍ୱିଟରାଟୀମାନେ ଶନିୱାରୀଙ୍କ ଟ୍ୱିଟ୍‌କୁ ନେଇ ଭଳି ଭଳି କମେଣ୍ଟ ଦେଉଛନ୍ତି। ଜଣେ ଟ୍ୱିଟର ୟୁଜର ବାଂଲାଦେଶ ବିପକ୍ଷ ମ୍ୟାଚର ପୁରୁଣା ଟ୍ୱିଟ୍‌କୁ ପୋଷ୍ଟ କରି ଲେଖିଛନ୍ତି, ମୁଁ ଦୁଃଖିତ ମ୍ୟାଡମ୍ ଆପଣ ଜୀବନ ସାରା ଏକା ରହିଯିବେ। ଶିନୱାରୀଙ୍କ ଟ୍ୱିଟ୍‌କୁ ନେଇ ହେଉଥିବା ଏପରି ଚର୍ଚ୍ଚା ପ୍ରଥମ ଥର ନୁହେଁ। ଏହା ପୂର୍ବରୁ ଅନେକ ଥର ଟିମ୍ ଇଣ୍ଡିଆ ବିରୋଧରେ ଟ୍ୱିଟ୍ କରି ସମାଲୋଚିତ ହୋଇଛନ୍ତି ଏହି ଅଭିନେତ୍ରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.