ମୁମ୍ବାଇ ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ 'ପାଇକ ବିଦ୍ରୋହ'କୁ ସ୍ୱତନ୍ତ୍ର ଜୁରି ପୁରସ୍କାର

Published By : Prameya-News7 Bureau | December 09, 2020 IST

ଭୁବନେଶ୍ୱର ୦୯।୧୨: ଉଚ୍ଚମାନର ଚଳଚ୍ଚିତ୍ର ନିର୍ମାଣ କରି ଜାତୀୟ ତଥା ଅନ୍ତର୍ଜାତୀୟ  ସ୍ତରରେ ଓଡିଶା ପାଇଁ ଅନେକ ସମ୍ମାନ ଓ ସ୍ୱୀକୃତି ଆଣିଦେଇଥିବା ଅକ୍ଷୟ ପରିଜା ପ୍ରଡକ୍ସନକୁ ଆଉ ଏକ ବଡ ସଫଳତା ମିଳିଛି । ୯ମ ମୁମ୍ବାଇ ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ଅକ୍ଷୟ ପରିଜା ପ୍ରଡକ୍ସନ ଦ୍ୱାରା ନିର୍ମିତ 'ପାଇକ ବିଦ୍ରୋହ' ସ୍ୱତନ୍ତ୍ର ଜୁରି ପୁରସ୍କାର ହାସଲ କରିଛି । ଭାରତୀୟ ପ୍ରଥମ ମୁକ୍ତି ସଂଗ୍ରାମର ମାନ୍ୟତା ଲାଭ କରିଥିବା ୧୮୧୭ର ପାଇକ ବିଦ୍ରୋହ ଉପରେ ଏହା ଆଧାରିତ ।

{"id":374871,"sizeSlug":"large","linkDestination":"none"}

 ପାଇକ ବିଦ୍ରୋହର କାହାଣୀକୁ ଏହି ଚିତ୍ରରେ ଚମତ୍କାର ରୂପ ଦିଆଯାଇଛି । ଅକ୍ଷୟ ପରିଜାଙ୍କ ପ୍ରଯୋଜିତ ଏହି ଐତିହାସିକ ଚଳଚ୍ଚିତ୍ରରେ ମନୋଜ ମିଶ୍ର ଜୟୀ ରାଜଗୁରୁ ଏବଂ ସମରେଶ ରାଉତରାୟ ବକ୍ସି ଜଗବନ୍ଧୁ ଭୂମିକାରେ ଅଭିନୟ କରିଛନ୍ତି । ନିର୍ଦ୍ଦେଶନା ଦେଇଛନ୍ତି ନିଶ୍ଚୟ ରାଉତ ଓ ଅନୁଜ ତ୍ୟାଗୀ ।

{"id":374872,"sizeSlug":"large","linkDestination":"none"}

ସିନେମୋଟୋଗ୍ରାଫିରେ ପ୍ରତାପ ରାଉତ ଓ ଏଡିଟିଂରେ ଅର୍ଚ୍ଚିତ ଡି. ରସ୍ତୋଗୀ ଥିବା ବେଳେ କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ବିଶିଷ୍ଟ ସାହିତ୍ୟିକ, ସ୍ତମ୍ଭକାର ତଥା ଚିନ୍ତକ ହରପ୍ରସାଦ ଦାସ । ଐତିହାସିକ ପୃଷ୍ଠଭୂମିର ଏହି ଚଳଚ୍ଚିତ୍ର ପାଇଁ ପୋଷାକ ଡିଜାଇନ କରିଛନ୍ତି ସହ ପ୍ରଯୋଜିକା ବର୍ଣ୍ଣାଳୀ ରଥ । 

{"id":374873,"sizeSlug":"large","linkDestination":"none"}

ପୂର୍ବରୁ ଏହା ଶ୍ରେଷ୍ଠ ନିର୍ଦ୍ଦେଶନା, ଶ୍ରେଷ୍ଠ ଚିତ୍ରୋତ୍ତଳନ, ଶ୍ରେଷ୍ଠ ସମ୍ପାଦନା ଓ ଶ୍ରେଷ୍ଠ ଚଳଚ୍ଚିତ୍ର(ଜୁରି) ଆଦି ୪ଟି ବିଭାଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲା । ଏବେ ମୁମ୍ବାଇ ମୁମ୍ବାଇ ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ଜୁରି ପୁରସ୍କାର ହାସଲ କରିଛି ।

{"id":374874,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.