ଗୁରୁବାର ପଶ୍ଚିମ ଓଡ଼ିଶାର ଗଣପର୍ବ, ନୂଆଁଖାଇ ପାଇଁ ବିଭିନ୍ନ ମନ୍ଦିରକୁ ଗଲା ପାହୁର

Published By : Prameya-News7 Bureau | August 31, 2022 IST

ବଲାଙ୍ଗୀର ୩୧/୦୮: ରାତି ପାହିଲେ ନୂଆଁଖାଇ । ଉତ୍ସବ ମୁଖର ବଲାଙ୍ଗୀର ସହର । ନୂଆଁଖାଇ ଲଗ୍ନ ଧାର୍ଯ୍ୟ ପରେ ନୂଆଁଖାଇ ଆଗଦିନ ଇଷ୍ଟ ଦେବାଦେବୀଙ୍କ ପାଖକୁ ଯାଇଥାଏ ନୂଆଁଖାଇ ସାମଗ୍ରୀ ଯାହାକୁ କୁହାଯାଇଥାଏ ପାହୁର । ନୂଆଁଖାଇରେ ପାହୁରର ରହିଛି ବିଶେଷ ମହତ୍ୱ । ତେବେ ଆଜି ସହରରେ ଥିବା ମାଁ ପାଟଣେଶ୍ବରୀ ଓ ମାଁ ସମଲେଶ୍ବରୀ ଙ୍କ ସହ ସହରର ସମସ୍ତ ମନ୍ଦୀର ରକୁ ଯିବ ପାହୁର ।

ନୂଆଁଖାଇ ପୁର୍ବଦିନ ମାନେ ଆଜି ବିଭିନ୍ନ ଦେବା ଦେବୀଙ୍କ ମନ୍ଦୀରକୁ ଯାଇଥାଏ ପାହୁର । ନୂଆଁଖାଇରେ ପାହୁରର ରହିଛି ସ୍ୱତନ୍ତ୍ର ଭିମିକା। ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟହେବା ପରେ ପୁର୍ବରୁ ରାଜାରାଜୁଡା ଶାସନ ସମୟରେ ରାଜପରିବାରର ନୂଆଁଖାଇ ପାଇଁ ସମସ୍ତ ସାମଗ୍ରୀ ଏଭଳି ଭାବରେ ବେଶ ଆଡମ୍ବରେ ଦେଉଥିଲେ ମନ୍ଦୀର ଗୂଡିକରେ ।

ଏବେ ଏହା ସହରର ବିଭିନ୍ନ ଅନୁଷ୍ଟାନ ପକ୍ଷରୁ କରାଯାଉଛି । ନୂଆଁ ଧାନ, ପନିପରିବା, ଚାଉଳ ଡାଲି, ମୁଗ , ବୀରି, ସହ ନୂଆଁ ବସ୍ତ୍ର, ଅଳଙ୍କାର, ନୂତନ ବାନା, ନୂତନ ଛତ୍ର ଯାଇଥାଏ ମାଁ ଇଷ୍ଟଦେବୀ ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କ ପାଖକୁ ତା ସହ ବିଭିନ୍ନ ମନ୍ଦୀର ଗୁଡିକୁ । କାହିଁ କେଉଁ କାଳରୁ ଚାଲିଆସୁଛି ଏ ପାହୁର ପଦ୍ଧତି । ରୁଗୁଡିପଡା କୋଶଲି ସାଂସ୍କୃତିକ ସଂଘ ପକ୍ଷରୁ ୧୯୯୧ ମସିହାରୁ ବେଶ ଧୁମ ଧାମରେ ଆୟୋଜିତ ହୋଇଆସୁଛି ଏହି ପାହୁର ଯାତ୍ରା ।

ବଲାଙ୍ଗୀର ସହରରେ ପ୍ରତି ବର୍ଷ ପାହୁର ଏକ ବିରାଟ ସୋଭାଯାତ୍ରାରେ ବାହାରୀ ପ୍ରଥମେ ରୁଗୁଡି ପଡା ରାମ ମନ୍ଦୀର, ପରେ ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ, ସମସଲେଶ୍ବରୀ, ମାଁ ଦୂର୍ଗାଙ୍କ ଶିବ ମନ୍ଦୀର ଓ ତା ସହ ବିଭିନ୍ନ ମନ୍ଦୀରକୁ ଯାଇଥାଏ ସହର ପରିକ୍ରମା କରି। ପାହୁର କୁ ବାଟରେ ଘରେ ଘରେ ଲୋକକୁ ପୁଜାର୍ଚ୍ଚନା ମଧ୍ୟ କରିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.