ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ମହାପ୍ରଭୁଙ୍କୁ ଲାଗି ହେବ ପହିଲି ଭୋଗ

Published By : Prameya-News7 Bureau | December 16, 2022 IST

ପୁରୀ ୧୬/୧୨: ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଏହି ତିଥିରେ ଶ୍ରୀମନ୍ଦିରରେ ପାଳିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୁଡ଼ାନ୍ତ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଅର୍ଥାତ୍ ଆଜି ରାତ୍ର ୨ଟାରୁ ଦ୍ୱାର ଫିଟା ହେବା ସହ ୫ଟା ୨୦ ରୁ ୬ଟା ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲାଗି ହୋଇଛି ।

ପହିଲି ଭୋଗରେ ବିରି, ଗହମଚୂନା, ଘୃତ ପାଗ ହୋଇଥିବା ପିଠା ଏବଂ ଧନୁ ମୁଆଁ ଲାଗି ହୋଇଛି । ଗୋପାଳବଲ୍ଲଭ ପରେ ପହିଲି ଭୋଗ ସମ୍ପନ୍ନ ହୋଇଛି । ବହୁ ପ୍ରତିକ୍ଷୀତ ପହିଲି ଭୋଗର ମହତ୍ୱ ଅନ୍ୟ ଦିନ ମିଳୁଥିବା ଭୋଗ ତୁଳନାରେ ସ୍ୱତନ୍ତ୍ର ସ୍ଥାନ ରହିଛି । କଥିତ ଅଛି ଯେ ଆଜିଠାରୁ ମା ଲକ୍ଷ୍ମୀ ନିଜ ବାପ ଘରକୁ ଯାଇଥାନ୍ତି । ତେଣୁ ଶ୍ରୀମନ୍ଦିରରେ ମା ଲକ୍ଷ୍ମୀଙ୍କ ଅନୁପସ୍ଥିତ ବେଳେ ମା ଯଶୋଦା ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତି ।

ଆଜିଠାରୁ ମକର ସଂକ୍ରାନ୍ତି ଯାଏଁ ପହଲି ଭୋଗ ପ୍ରସ୍ତୁତ କରାଯାଏ। ପହଲି ଭୋଗ ହେଉଛି ମହାପ୍ରଭୁଙ୍କର ଆଦ୍ୟ ଭୋଗ ଯାହା ବଡି ଭୋରୁ କାଉ କା କରିବା ପୂର୍ବରୁ ଲାଗି କରାଯାଏ । ବିରି, ଗହମରେ ପ୍ରସ୍ତୃତ ୩୨ ପ୍ରକାର ପିଠାପଣା ଶ୍ରୀଜିଉଙ୍କ ନିକଟରେ ଲାଗି କରାଯାଏ। ପହିଲି ଭୋଗରେ ମୁଖ୍ୟତଃ ବଡଝିଲି, ଅମାଲୁ, ଗଇଣ୍ଠା, ମଣ୍ଡା, ଆରିସା, କାକରା, ଚଢେଇ ନେଦା ଓ ବଡି ଆଦି ଭୋଗ କରାଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.