ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ପାହାଡପୁର ହେଲା ଓଡିଶାର ପ୍ରଥମ 5G ସଂଯୋଜିତ ଗାଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଯୋଡ଼ି ହେଲେ ୧୦୦ ଛାତ୍ର-ଛାତ୍ରୀ

1/10/2022 at 10:44 PM

ବାରିପଦା: ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପାନ୍ତରେ ରହିଛିପାହାଡ଼ପୁର ଗାଁ। ଏହି ଗ୍ରାମର ଏସଏଲ୍ଏସ୍ ମେମୋରିଆଲ ରେସିଡେନ୍ସିଆଲ୍ ସ୍କୁଲରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ତେବାସୀ ମାନଙ୍କ ପାଇଁ ଆଜି ଥିଲା ବାସ୍ତବରେ ଏକ ସ୍ମରଣୀୟ ମୁହୂର୍ତ୍ତ। କାରଣ ସେମାନେ ଜିଓର ୫ଜି ନେଟ୍ୱର୍କ ଦ୍ବାରା ପରିଚାଳିତ ଶିକ୍ଷା ସମ୍ବନ୍ଧୀୟ ଏକ ସ୍ଵତନ୍ତ୍ର ଲାଇଭ୍ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ସ୍ଥାପିତ ପାହାଡ଼ପୁର ଗାଁ’ର ଏସ୍ଏଲ୍ଏସ୍ ମେମୋରିଆଲ୍ ରେସିଡେନ୍ସିଆଲ୍ ସ୍କୁଲ ଓଡ଼ିଶାର ପ୍ରଥମ ସ୍ଥାନ ତଥା ପ୍ରଥମ ସ୍କୁଲ ଭାବେ ହାଇ ସ୍ପିଡ୍ ୫ଜି ପ୍ରଯୁକ୍ତିର ରୂପାନ୍ତରଣ ଅନୁଭୂତି ହାସଲ କରିଛି। ଜିଓ ୫ଜି ନେଟୱର୍କ ଜରିଆରେ ଛାତ୍ରଛାତ୍ରୀ ମାନେ ମୁମ୍ବାଇର ଧୀରୁଭାଇ ଅମ୍ବାନି ଇଂଟରନ୍ୟାସନାଲ ସ୍କୁଲ ଦ୍ଵାରା ପରିଚାଳିତ ହୋଇଥିବା ଏକ ଲାଇଭ୍ ପାଠପଢ଼ା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହୋଇଥିବା ଇଣ୍ଡିଆ ମୋବାଇଲ୍ କଂଗ୍ରେସ ପରିସରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ଅତିଥିମାନଙ୍କ ସହ ଛାତ୍ରଛାତ୍ରୀମାନେ ଜିଓ ୫ଜି ନେଟ୍ୱର୍କ ଜରିଆରେ ଯୋଡ଼ି ହୋଇଥିଲେ।  ଭାରତ ସରକାରଙ୍କ ଟେଲିକମ୍ ବିଭାଗର ସିନିଅର DDG (ଡେପୁଟି ଡାଇରେକ୍ଟର ଜେନେରାଲ) ବିଜୟ କୁମାର ନାୟକ, ରିଲାଏନ୍ସ ଜିଓର ଓଡ଼ିଶା ମୁଖ୍ୟ ପ୍ରଦୀପ ରାଉତ, ସ୍କୁଲର ପ୍ରିନ୍ସିପାଲ୍ ଜନ୍ମେଜୟ ଗିରିଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ତଥା ସ୍ଥାନୀୟ ଲୋକ ସ୍କୁଲରେ ଅନୁଷ୍ଠିତ ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍)ର ୪୫ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରି କଂପାନିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଥିଲେ ଯେ ଜିଓ ୫ଜି ସହିତ ରିଲାଏନ୍ସ ପୁରା ଭାରତବର୍ଷର ପ୍ରତିଟି କ୍ଷେତ୍ରକୁ ଉଚ୍ଚ ମାନ ଏବଂ ସବୁଠୁ ସୁଲଭ ମୂଲ୍ୟର ଡାଟା ସହ ଯୋଡ଼ିବ । ଜିଓ ୫ଜି ବିଶ୍ବର ସର୍ବବୃହତ ଓ ସବୁଠୁ ଉନ୍ନତ ୫ଜି ନେଟୱର୍କ ହେବ ବୋଲି ଘୋଷଣା କରିଛନ୍ତି।

   Related Posts