ମାଲେଗାଁଓ ବ୍ଲାଷ୍ଟ କେସ୍ରେ ଏନଆଇଏ କୋର୍ଟରେ ହାଜରେ ହେଲେ ପଜ୍ଞା ସିଂହ ଠାକୁର, କହିଲେ- କଂଗ୍ରେସର ପ୍ରତାଡ଼ନା…
25/09/2023 at 5:45 PM

ନୂଆଦିଲ୍ଲୀ: ୨୦୦୮ ମାଲେଗାଁଓ ବ୍ଲାଷ୍ଟ କେସ୍ରେ ଅଭିଯୁକ୍ତ ଏବଂ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ସୋମବାର ମୁମ୍ବାଇ ସ୍ଥିତ ଏନଆଇଏ କୋର୍ଟରେ ହାଜର ହୋଇଛନ୍ତି। ଏହି ସମୟରେ କଂଗ୍ରେସ୍ ଉପରେ ବର୍ଷିଛନ୍ତି। ସେ କହିଛନ୍ତି କଂଗ୍ରେସ ଯୋଗୁଁ ତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଛି।
ପ୍ରଜ୍ଞା ଠାକୁର କହିଛନ୍ତି ‘‘କଂଗ୍ରେସର ଦ୍ବାରା ପ୍ରତାଡ଼ନା ଦିଆଯାଇଛି। ମୁଁ ପ୍ରଥମେ ସୁସ୍ଥ ଥିଲି ହେଲେ ପୋଲିସ୍ ହେପାଜତକୁ ଆସିବା ପରେ ମୋର ସମସ୍ୟା ବଢ଼ିଚାଳିଥିଲା । ଜେଲ୍ ଗଲାବେଳେ ସୁସ୍ଥ ଥିଲି କିନ୍ତୁ ଆସିଲାବେଳକୁ ଅସୁସ୍ଥ। କ୍ୟାନ୍ସର ହେଲା, ମେରୁ ହାଡ଼ର ସମସ୍ୟା ଏବଂ ନ୍ୟୁରୋ ଭଳି ଅସୁବିଧା। ଏହାର କାରଣ କଂଗ୍ରେସ ସରକାର ଏବଂ ଏଟିଏସ।’’
ପ୍ରଜ୍ଞା ଠାକୁର କହିଛନ୍ତି ‘‘କୋର୍ଟ ସମ୍ମୁଖରେ ସୋମବାର ଉପସ୍ଥିତ ହେବାର ଥିଲା। ଆମେ ତିନି ଦିନରୁ ଯାତ୍ରା କରି ମୁମ୍ବାଇ ପହଞ୍ଚିଛୁ। କିନ୍ତୁ ମୋର ସ୍ବାସ୍ଥ୍ୟ ଏଭଳି ଯେ, ଏତେ ଦୂର ଯାତ୍ରା କରି କୋର୍ଟ ପହଞ୍ଚି ପାରିବୁ। ଏଥିପାଇଁ କୋର୍ଟକୁ କିଛି ଆଶ୍ବସ୍ତି ପାଇଁ ଅନୁରୋଧ କରିଥିଲି। କୋର୍ଟ ଏହାକୁ ସ୍ବୀକାର କରିଛନ୍ତି। ସେ କହିଛନ୍ତି କୋର୍ଟ ତାଙ୍କ ପ୍ରକ୍ରିୟା ପୂରା କରିଛନ୍ତି। କିନ୍ତୁ ପ୍ରତାଡ଼ନା ଦେଇ ନକଲି ମାମଲା କିଭଳି କରାଗଲା। ମୋର ମାମଲା ସ୍ପଷ୍ଟ। ଏହା ଇଶ୍ବର ମଧ୍ୟ ଜାଣିଛନ୍ତି।’’