୯୫ ବର୍ଷରେ ଆଖି ବୁଜିଲେ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର, ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

Published By : Prameya-News7 Bureau | August 28, 2023 IST

ଭୁବନେଶ୍ୱର ୨୮।୦୮: ପ୍ରଖ୍ୟାତ କବି ଲେଖକ ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ପରଲୋକ । ୯୫ ବର୍ଷ ବୟସରେ ପରଲୋକ । କିଛି ଦିନ ଧରି ଅସୁସ୍ଥ ଥିଲେ ଜୟନ୍ତ ମହାପାତ୍ର। ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଜୟନ୍ତ ମହାପାତ୍ର ସ୍ନାୟୁ ରୋଗରେ ପୀଡିତ ଥିଲେ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ଶେଷକୃତ୍ୟ ସମ୍ପନ୍ନ ହେବ।

ଖବର ଅନୁଯାୟୀ, ରବିବାର ରାତିରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଥିଲା। ଅଗଷ୍ଟ ୪ ତାରିଖରେ ଜୟନ୍ତ ମହାପାତ୍ର ଅସୁସ୍ଥ ହୋଇପଡିବାରୁ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଧୁନିକ ଭାରତୀୟ ଇଂରାଜୀ ସାହିତ୍ୟର ଅଗ୍ରଗଣ୍ୟ ଭାବେ ପରିଗଣିତ ହୋଇଥାନ୍ତି ଜୟନ୍ତ ମହାପାତ୍ର। ସେ ଥିଲେ ପ୍ରଥମ କବି ଯେ କି ଇଂରାଜୀ ସାହିତ୍ୟ ପାଇଁ ସାହିତ୍ୟ ଏକାଡେମି ପୁରସ୍କାର ପାଇଥିଲେ।

୨୦୦୯ ମସିହାରେ ତାଙ୍କୁ ପଦ୍ମଶ୍ରୀ ଉପାଧି ମିଳିଥିଲା। ୧୯୨୮ରେ କଟକରେ ଜନ୍ମଗ୍ରହଣ କରିଥିବା ଜୟନ୍ତ ମହାପାତ୍ର ବିହାର ପାଟନା ବିଶ୍ବ ବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରୁ ସ୍ନୋତକୋତ୍ତର ପାସ କରିଥିଲେ। ବିଭିନ୍ନ ସରକାରୀ କଲେଜରେ ଫିଜିକ୍ସ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କର କବିତା ସାଧନା ତାଙ୍କୁ ଆନ୍ତର୍ଜାତିକ ସ୍ତରରେ ଦେଇଥିଲା ଭିନ୍ନ ପରିଚୟ । ୨୭ଟି ପୁସ୍ତକ ରଚନା କରିଥିବା ଜୟନ୍ତ ମହାପାତ୍ରଙ୍କର ଇଣ୍ଡିଆନ ସମର, ହଙ୍ଗର, ରିଲେସନ ସିପ, ବେୟାର ଫେସ୍ ସ୍ୟାଡୋ ସ୍ପେସ ଭଳି କିଛି କବିତା ତାଙ୍କର ଆନ୍ତର୍ଜାତିକ ସ୍ତରରେ ଖୁବ ଚର୍ଚ୍ଚିତ ହୋଇଥିଲା।

ସାହିତ୍ୟ ସାଧନା ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକଡେମୀ ପୁରସ୍କାର, ଉକ୍ରଳ ରତ୍ନ ସମ୍ମାନ, ସାରଳା ସମ୍ମାନ, ବିଷୁବ ପୁରସ୍କାରରେ ସମ୍ମାନିତ କରାଯାଇଛି । ଜୟନ୍ତ ମହାପାତ୍ରଙ୍କ ପରଲୋକରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ଶେଷକୃତ୍ୟ ସମ୍ପନ୍ନ ହେବ।

wp:embed {"url":"https://www.prameyanews7.com/indian-womens-blind-cricket-team-wins-gold-in-ibsa-world-games/","type":"wp-embed","providerNameSlug":"prameya-news-7"}
https://www.prameyanews7.com/indian-womens-blind-cricket-team-wins-gold-in-ibsa-world-games/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.