ସୁର ରାଉତରାୟଙ୍କୁ ପଦ୍ମଶ୍ରୀ ଲୋକକବି ହଳଧର ନାଗଙ୍କ ଦୃଢ ଜବାବ, ଯଦି ଆପଣ ପାଗଳ...

Published By : Prameya-News7 Bureau | July 28, 2024 IST

ବରଗଡ଼: ରାଜ୍ୟ ସରକାରଙ୍କ ଦ୍ଵାରା କଲେଜ ଡ୍ରପ୍ଆଉଟ୍‌ଙ୍କ ସୁବିଧା ପାଇଁ ବଜେଟ୍‌ ୨୦୨୪-୨୫ରେ ହାତ ଏକ ଯୋଜନା ଘୋଷଣା ହୋଇଛି । ଯାହାକୁ ପଶ୍ଚିମ ଓଡିଶାର ପ୍ରସିଦ୍ଧ ସ୍ଵାଧୀନତା ସଂଗ୍ରାମୀ ସହିଦ ମାଧୋ ସିଂଙ୍କ ନା ରେ ନାମିତ କରାଯାଇଛି। ହେଲେ ଏହାକୁ ତାଚ୍ଛଲ୍ୟ କରି ଅଟ୍ଟହାସ୍ୟ  କରିଛନ୍ତି ଜଟଣୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ସୁର ରାଉତରାୟ। ସେ ମାଧୋ ସିଂ କିଏ ଏବଂ ସେ କେଉଁ ରାଜ୍ୟର ବୋଲି ପୂର୍ବତନ ବିଧାୟକ ସୁର ରାଉତରାୟ ପ୍ରଶ୍ନ କରିଛନ୍ତି। ସାମ୍ବାଦିକମାନଙ୍କୁ ଦେଇଥିବା ଏହି ବାଇଟ ବର୍ତ୍ତମାନ ଭାଇରାଲ ହେଉଛି। ଯାହାକୁ ଦେଖି ପ୍ରତିକ୍ରିୟା ରଖିବା ସହ ସୁର ରାଉତରାୟଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି ପଦ୍ମଶ୍ରୀ ହଳଧର ନାଗ। 

ହଳଧର ନାଗ କହିଛନ୍ତି, ସୁର ରାଉତରାୟଙ୍କ ଏମିତି ଅସଙ୍ଗତ, ଅପସନ୍ଦ କଥା ଶୁଣି ମୁଁ ରହି ପାରିଲିନି।ଏହା ଉପରେ କହିବାକୁ ବାଧ୍ୟ ହୋଇଛି। ସୁର କହୁଛନ୍ତି ଘେଁସ ଜମିଦାର ମାଧୋ ସିଂ କିଏ ଆମେ ଜାଣିନୁ। ମୁଁ କହୁଛି ମାଧୋ ସିଂହଙ୍କ ପରି ସ୍ଵାଧୀନତା ସଂଗ୍ରାମୀ ଭାରତ ବର୍ଷରେ ନାହାନ୍ତି ଯାହାଙ୍କ ପୁରା ପରିବାର ଦେଶ ସ୍ଵାଧୀନତା ପାଇଁ ବଳିଦାନ ଦେଇଛନ୍ତି। ସୁର ରାଉତରାୟଙ୍କ ଆଖି ନାହିଁ ବୋଧହୁଏ। ସେ କେବଳ ପୂର୍ବ ଓଡିଶା ଜାଣିଛନ୍ତି ଏବଂ ପଶ୍ଚିମାଞ୍ଚଳକୁ ଭାବୁ ନାହାନ୍ତି। ଗୋଟିଏ ପରିବାର ର ୫ଜଣ ସ୍ୱାଧୀନତା ସଂଗ୍ରାମରେ ଏକା ଥରକେ ଝାସ ଦେଇ ନିଜର ଜନ୍ମ ମାଟି ଘେଁସକୁ ଅମର କରିଛନ୍ତି ଏବଂ ତାଙ୍କ ବିଷୟରେ ରେ ଏପରି ପାଗଳ ପରି ମନ୍ତବ୍ୟ ଠିକ୍ ନୁହ ବୋଳି କହିଛନ୍ତି ପଦ୍ମଶ୍ରୀ ହଳଧର ନାଗ। ଏହା ସହ ତାଙ୍କୁ ପାଗଲଖାନାରେ ଭର୍ତ୍ତି କରିବା ପାଇଁ କହିଛନ୍ତି ।


ଏହା ପୂର୍ବରୁ ସୁର ରାଉତରାୟ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ତାର୍ତ୍ସଲ୍ୟ କରି କହିଥିଲେ ଯେ, ମାଧବ ସିଂହ ଆମ ରାଜ୍ୟର ତ ନୁହଁ। ସେ କିଏ ? ମଧୁସୂଦନ ଦାସଙ୍କ ନାଁରେ ଯୋଜନା ନାମକରଣ କରାଯାଇଥାନ୍ତା। ମାଧବ ସିଂହ କିଏ ? ତାଙ୍କର ଏହି ଟିପ୍ପଣୀ ସଂପ୍ରତି ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.