ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଅସୁସ୍ଥ, ଘରୋଇ ହସ୍ପିଟାଲରେ ହେବ ଅସ୍ତ୍ରୋପଚାର

Published By : Prameya-News7 Bureau | May 14, 2024 IST

ସମ୍ବଲପୁର ୧୪/୦୫: ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଅସୁସ୍ଥ । ତାଙ୍କର ଜରୁରୀ ଅସ୍ତ୍ରୋପଚାର ହେବାର ଅଛି । ଏଥିପାଇଁ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ସମ୍ବଲପୁରର ଏକ ଘରୋଇ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି । ତେବେ ଆଜି ଜିତେନ୍ଦ୍ର ହରିପାଲଙ୍କୁ ଭେଟିଛନ୍ତି ରୋହିତ ପୂଜାରୀ । ସମ୍ବଲପୁର ବିଜେଡି ବିଧାନସଭା ପ୍ରାର୍ଥୀ ରୋହିତ ଆଜି ମେଡିକାଲ ଆସି ସ୍ବାସ୍ଥ୍ୟବସ୍ଥା ବୁଝିଛନ୍ତି । ପ୍ରସିଦ୍ଧ ରଙ୍ଗବତୀର ଗାୟକ ଜିତେନ୍ଦ୍ର ହରିପାଲଙ୍କୁ ଗତକାଲି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏକ ଜରୁରୀ ଅସ୍ତ୍ରୋପଚାର ହେବାର ସୂଚନା ରହିଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.