ପଦ୍ମପୁର ଉପନିର୍ବାଚନ: ଶେଷ ପର୍ଯ୍ୟାୟରେ ପ୍ରଶାସନିକ ପ୍ରସ୍ତୁତି, ନାମାଙ୍କନ ଭରିନାହାନ୍ତି କୌଣସି ପ୍ରାର୍ଥୀ

Published By : Prameya-News7 Bureau | November 15, 2022 IST

ପଦ୍ମପୁର ୧୫/୧୧: ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଆଉ ୨ ଦିନ ବାକି ରହିଲା।ସେପଟେ ପ୍ରଶାସନ ପକ୍ଷରୁ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଡିସେମ୍ବର ୫ରେ ମତଦାନ ଥିବାରୁ ମଙ୍ଗଳବାର ଇଭିଏମ ଇଭିଏମ୍‌ ଆସି ପହଞ୍ଚିଛି। ଅନ୍ୟପଟେ କୌଣସି ଦଳର ପ୍ରାର୍ଥୀ ବର୍ତ୍ତମାନ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି। ସେପଟେ ସୂଯୋଗ ହାତେଇବାକୁ ବିଭିନ୍ନ ଦଳର କର୍ମୀ, ନେତା, ଓ ପ୍ରାର୍ଥୀମାନେ କସରତ ଆରମ୍ଭ କରିଛନ୍ତି।

ଅନ୍ୟପଟେ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ନେତ୍ରୁତ୍ୱରେ ପଦ୍ମପୁର ବ୍ଲକ ଲଖମରାରେ ଆୟୋଜିତ ଏକ ମିଶ୍ରଣପର୍ବରେ ଅନ୍ୟଦଳର ୩୦ରୁ ଅଧିକ କର୍ମୀ ସାମିଲ ହୋଇଛନ୍ତି। ସେପଟେ ପ୍ରଦୀପ ପୁରୋହିତ  ସୋମବାର ପ୍ରାର୍ଥୀପତ୍ର ଦାଖଲ ନକରି ଫେରିବା ପରେ ପରବର୍ତ୍ତି କାର୍ଯ୍ୟକ୍ରମ ପାଇଁ ବିଜେପି ରାଜ୍ୟ ସଭାପତିଙ୍କ ନେତୃତ୍ୱରେ ରୁଦ୍ଧଦ୍ୱାର ବୈଠକ କରିଥିବା ଜଣାପଡ଼ିଛି। ବୈଠକ ପରେ ସାମ୍ବାଦିକ ସମୀଳନୀରେ ଯୋଗଦେଇ କେନ୍ଦ୍ର ସରକାର ଚାଷୀ ସମସ୍ୟା ପ୍ରତି ସମ୍ବେଦନଶୀଳ ଥିବା ସୂଚନା ଦେଇ ଚାଷୀଙ୍କ ହିତରେ ଦଳ କାମ କରିବ  ସମୀର ମହାନ୍ତି କହିଛନ୍ତି|

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.