suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ରାତି ପାହିଲେ ପଦ୍ମପୁର ଭୋଟ୍, ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୫୭ ହଜାର ଭୋଟର

4/12/2022 at 7:44 PM

ପଦ୍ମପୁର/ଭୁବନେଶ୍ଵର: ରାତି ପାହିଲେ ଭୋଟ ଦେବ ପଦ୍ମପୁର । ୨ ଲକ୍ଷ ୫୭ ହଜାରରୁ ଅଧିକ ଭୋଟର ୩୧୯ ବୁଥ୍ରେ ସକାଳ ୭ରୁ ଅପରାହ୍ଣ ୪ଟା ଯାଏ ମତ ସାବ୍ୟସ୍ତ କରିବେ । ୧୦ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ । ଏଥିପାଇଁ ସବୁ ପ୍ରସ୍ତୁତି ସରିଛି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପୋଲିସ ଚେକ୍ ପୋଷ୍ଟ କରି ଗାଡି ମଟର ଯାଞ୍ଚ୍ କରୁଛି ।

ରାତି ପାହିଲେ ପଦ୍ମପୁର ପରୀକ୍ଷା । ଭୋଟ ଦେବ ପଦ୍ମପୁର । ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ପ୍ରସ୍ତୁତି ଚୂଡାନ୍ତ । ବୁଥରେ ପହଞ୍ଚି ସାରିଛନ୍ତି ପୋଲିଂ ପାର୍ଟି। ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏ ମତଦାନ ଚାଲିବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ପଦ୍ମପୁରରେ ୩୧୯ଟି ବୁଥ୍‌ରେ ହେବ ମତଦାନ।  ଏହା ଭିତରେ ୧୫ଟି ମଡେଲ, ୬ଟି ପିଙ୍କ୍ ବୁଥ। ୭୯ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି। ୧୨୦ବୁଥରେ ୱେବ୍ କାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି ଲାଗିଛି। ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ମତ ସାବ୍ୟସ୍ତ କରିବେ। ଏଥିପାଇଁ ୧୨୭୬ ପୋଲିଂ ଅଧକାରୀ ନିଯୁକ୍ତ ହୋଇଛନ୍ତି। ୯୧ ଜଣ ମାଇକ୍ରୋ ଅବଜରଭର ନିଯୁକ୍ତ ହୋଇଛନ୍ତି ।  ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ୧୨ପ୍ରକାର କାର୍ଡ ମଧ୍ୟରୁ ଯେକୌଣସି ଗୋଟିଏ ଦେଖାଇ ଭୋଟ ଦେଇପାରିବେ ମତଦାତା । ‘ଏକଜିଟ୍ ଓ ଓପିନିଅନ ପୋଲ୍ ଉପରେ ଆସନ୍ତାକାଲି ସଂଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ନିଷେଧାଦେଶ ଲାଗିଛି ।

ମୁକ୍ତ, ଅବାଧା ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି । ସମସ୍ତ ମତଦାତାଙ୍କୁ ମତ ସାବ୍ୟସ୍ତ ପାଇଁ ବରଗଡ଼ ଜିଲ୍ଲାପାଳ ଅପିଲ କରିଛନ୍ତି। ସାଇଲେନ୍ସ ପିରିୟଡରେ ଚେକିଂ କଡ଼ାକଡି କରାଯାଇଛି। ୯ ଟି ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଚେକ୍ ପୋଷ୍ଟ କରାଯାଇ ପୋଲିସ ମୁତୟନ କରାଯାଇଛି । ଗାଡି ମଟର ତନ୍ନ ତନ୍ନ ଯାଞ୍ଚ କରାଯାଉଛି। ସମ୍ବେଦନଶୀଳ ଏବଂ ଅତି ସମ୍ବେଦନଶୀଳ ବୁଥ୍‌ ଉପରେ ତୀକ୍ଷ୍ନ ନଜର ରଖାଯାଇଥିବା ବରଗଡ଼ ଏସ୍‌ପି କହିଛନ୍ତି । ସୁରକ୍ଷା ବ୍ୟବସ୍ଥାରେ ମୋଟ୍ ୧୪୧୩ ଜଣ ପୋଲିସ କର୍ମଚାରୀ ଏବଂ ୯ କମ୍ପାନୀ ସିଆରପିଏଫ ନିୟୋଜିତ ହୋଇଛନ୍ତି । ପଦ୍ମପୁର ମୈଦାନରେ ମୋଟ୍ ୧୦ ଜଣ ପ୍ରାର୍ଥୀ ଅଛନ୍ତି ।  ଆସନ୍ତାକାଲି ଇଭିଏମ୍‌ରେ ସିଲ୍‌ ହୋଇଯିବ ପ୍ରାର୍ଥୀଙ୍କ ଭାଗ୍ୟ । ଡିସେମ୍ବର ୮ରେ ହେବ ଭୋଟ ଗଣତି । 

   Related Posts