ପଦ୍ମପୁର ଉପନିର୍ବାଚନ: ଷଷ୍ଠ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଆଗୁଆ
8/12/2022 at 11:32 AM

ଭୁବନେଶ୍ୱର ୦୮।୧୨ : କାହାର ହେବ ପଦ୍ମପୁର । ଗୁରୁବାର ଆସିବ ପଦ୍ମପୁର ଉପନିର୍ବାଚନ ରେଜଲ୍ଟ । ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି ଭୋଟ ଗଣତି । ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ଆଗୁଆ ରହିଛନ୍ତି ।
ତେବେ ୬ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୩୧୮୮୬ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୨୧୧୮୨ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କଂଗ୍ରସ ପ୍ରାର୍ଥୀ ୯୭୦ ଖଣ୍ଡ ଭୋଟ ପାଇଥିବା ବେଳେ ଅନ୍ୟାନ୍ୟ ୧୨୭୨ ଖଣ୍ଡ ଭୋଟ ପାଇଛନ୍ତି ।
୧ମ ରାଉଣ୍ଡ :
ବିଜେଡି–୫୫୦୧
କଂଗ୍ରେସ–୨୦୬
ବିଜେପି–୩୭୮୯
ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୧୭୧୨ ଖଣ୍ଡ ଭୋଟରେ ଆଗୁଆ
୨ୟ ରାଉଣ୍ଡ :
ବିଜେଡି– ୫୦୯୭
କଂଗ୍ରେସ–୧୬୦
ବିଜେପି–୩୧୯୦
୨ୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୩୬୧୯ ଖଣ୍ଡ ଭୋଟରେ ଆଗୁଆ
୩ୟ ରାଉଣ୍ଡ :
ବିଜେଡି– ୫୩୧୮
କଂଗ୍ରେସ–୧୦୮
ବିଜେପି–୩୧୭୧
ତୃତୀୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୫୭୬୬ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।
୪ର୍ଥ ରାଉଣ୍ଡ :
ବିଜେଡି– ୫୯୨୧
କଂଗ୍ରେସ–୧୪୨
ବିଜେପି–୩୫୦୯
ଚତୁର୍ଥ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୮୧୭୮ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।
୫ମ ରାଉଣ୍ଡ :
ବିଜେଡି– ୪୩୬୧
କଂଗ୍ରେସ–୨୨୯
ବିଜେପି–୪୧୫୭
ପଞ୍ଚମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୮୩୮୨ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।
୬ଷଷ୍ଠ ରାଉଣ୍ଡ :
ବିଜେଡି– ୫୬୮୮
କଂଗ୍ରେସ–୧୨୫
ବିଜେପି–୩୩୬୬
ଷଷ୍ଠ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୧୦୭୦୪ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା , ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ମୋଟ ୧୪ଟି ଟେବୁଲ୍ରେ ୨୩ ରାଉଣ୍ଡ ଗଣନା ପରେ ଫଳାଫଳ ଘୋଷଣା କରାଯିବ ।