suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

କାହାର ହେବ ପଦ୍ମପୁର ? ୧୧ ରାଉଣ୍ଡ ସୁଦ୍ଧା ବିଜେଡି ୨୧ହଜାରରୁ ଅଧିକ ଭୋଟରେ ଆଗୁଆ

8/12/2022 at 12:52 PM

ଭୁବନେଶ୍ୱର ୦୮।୧୨ : ଚାଲିଛି ଭୋଟ ଗଣତି । ଧୀରେ ଧୀରେ ଟ୍ରେଣ୍ଡରେ ଆଗକୁ ବଢୁଛି ବିଜୁ ଜନତା ଦଳ। ବର୍ତ୍ତମାନ ସୁଦ୍ଧା ୧୧ ରାଉଣ୍ଡର ଭୋଟ ଗଣତି ଶେଷ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରୁହା ଆଗରେ ଅଛନ୍ତି। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପଛରେ ଚାଲିଛନ୍ତି ।

୧୧ ତମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୫୯୪୧୬ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୩୮୦୬୫ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ୨୦୮୫ ଖଣ୍ଡ ଭୋଟ ପାଇଥିବା ବେଳେ ଅନ୍ୟାନ୍ୟ ୧୭୪୬ ଖଣ୍ଡ ଭୋଟ ପାଇଛନ୍ତି ।

୧୧ ତମ ରାଉଣ୍ଡ :

ବିଜେଡି : ୫୨୪୩
ବିଜେପି : ୩୩୧୭
କଂଗ୍ରେସ : ୯୩
ବିଜେଡି ମୋଟ ୨୧,୯୩୮ ଭୋଟରେ ଆଗୁଆ

ସୂଚନାଯୋଗ୍ୟ ଯେ, ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ୧୦ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ମୋଟ ୧୪ଟି ଟେବୁଲ୍‌ରେ ୨୩ ରାଉଣ୍ଡ ଗଣନା ପରେ ଫଳାପଳା ଘୋଷଣା କରାଯିବ । ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି ।

   Related Posts