ପଦ୍ମପୁର ଉପନିର୍ବାଚନ ଅପଡେଟ୍‌ : ୨୧ ରାଉଣ୍ଡ ସୁଦ୍ଧା ବର୍ଷା ୩୮ ହଜାରରୁ ଅଧିକ ଭୋଟରେ ଆଗୁଆ

Published By : Prameya-News7 Bureau | December 08, 2022 IST

ଭୁବନେଶ୍ୱର ୦୮।୧୨ : ଚାଲିଛି ଭୋଟ ଗଣତି । ଟ୍ରେଣ୍ଡରେ ଆଗକୁ ବଢୁଛି ବିଜୁ ଜନତା ଦଳ। ବର୍ତ୍ତମାନ ସୁଦ୍ଧା ୨୧ ରାଉଣ୍ଡର ଭୋଟ ଗଣତି ଶେଷ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରୁହା ଆଗରେ ଅଛନ୍ତି। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପଛରେ ଚାଲିଛନ୍ତି ।

୨୧ ତମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୧,୦୯,୮୭୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୭୧,୬୨୭ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ୩,୩୨୫ ଖଣ୍ଡ ଭୋଟ ପାଇଥିବା ବେଳେ ଅନ୍ୟାନ୍ୟ ୫୨୮୫ ଖଣ୍ଡ ଭୋଟ ପାଇଛନ୍ତି ।

୨୧ ତମ ରାଉଣ୍ଡ :

ବିଜେଡି : ୫୬୯୬
ବିଜେପି : ୨୭୪୦
କଂଗ୍ରେସ : ୧୧୫
ବିଜେଡି ମୋଟ ୩୮, ୨୫୨ ଭୋଟରେ ଆଗୁଆ

ସୂଚନାଯୋଗ୍ୟ ଯେ, ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ୧୦ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ମୋଟ ୧୪ଟି ଟେବୁଲ୍‌ରେ ୨୩ ରାଉଣ୍ଡ ଗଣନା ପରେ ଫଳାପଳା ଘୋଷଣା କରାଯିବ । ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.