ପଦ୍ମପୁର ଉପନିର୍ବାଚନ : ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଆଗୁଆ

Published By : Prameya-News7 Bureau | December 08, 2022 IST

ଭୁବନେଶ୍ୱର ୦୮।୧୨ : ଆଜି ଆସିବ ପଦ୍ମପୁର ଉପନିର୍ବାଚନ ରେଜଲ୍ଟ । ସକାଳ ୮ଟାରୁ  ମଧ୍ୟ ଆରମ୍ଭ ହୋଇଯାଇଛି ଭୋଟ ଗଣତି । ତେବେ ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରୁହା ଆଗୁଆ ରହିଛନ୍ତି ।

ତେବେ ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରୁହା ୫୫୦୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୩୭୮୯ ଖଣ୍ଡ ଭୋଟ ପାଇଛନ୍ତି । ବିଜେଡି ପ୍ରାର୍ଥୀ ବର୍ଷା ମୋଟ ପ୍ରଥମ ରାଉଣ୍ଡରେ ୧୭୧୨ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ସେହିପରି କଂଗ୍ରେସ ୨୦୬ ଖଣ୍ଡ ଭୋଟ ପାଇଛନ୍ତି ।

ସୂଚନାଯୋଗ୍ୟ ଯେ, ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା , ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ମୋଟ ୧୪ଟି ଟେବୁଲ୍‌ରେ ୨୩ ରାଉଣ୍ଡ ଗଣନା ପରେ ଫଳାଫଳ ଘୋଷଣା କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.