suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପଦ୍ମପୁରରେ ଜିତିବ କିଏ ? ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୫୭୬୬ ଖଣ୍ଡ ଭୋଟରେ ଆଗୁଆ

8/12/2022 at 10:36 AM

ଭୁବନେଶ୍ୱର ୦୮।୧୨ : କାହାର ହେବ ପଦ୍ମପୁର । ଗୁରୁବାର ଆସିବ ପଦ୍ମପୁର ଉପନିର୍ବାଚନ ରେଜଲ୍ଟ । ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି ଭୋଟ ଗଣତି । ପ୍ରଥମ , ଦ୍ୱିତୀୟ ପରି ତୃତୀୟ ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ଆଗୁଆ ରହିଛନ୍ତି ।

ତେବେ ୩ୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୧୫୯୧୬ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୧୦୧୫୦ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କଂଗ୍ରସ ପ୍ରାର୍ଥୀ ୪୭୪ ଖଣ୍ଡ ଭୋଟ ପାଇଥିବା ବେଳେ ଅନ୍ୟାନ୍ୟ ୭୫୬ ଖଣ୍ଡ ଭୋଟ ପାଇଛନ୍ତି ।

୧ମ ରାଉଣ୍ଡ :

ବିଜେଡି-୫୫୦୧

କଂଗ୍ରେସ-୨୦୬

ବିଜେପି-୩୭୮୯

ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୧୭୧୨ ଖଣ୍ଡ ଭୋଟରେ ଆଗୁଆ

୨ୟ ରାଉଣ୍ଡ :

ବିଜେଡି- ୫୦୯୭

କଂଗ୍ରେସ-୧୬୦

ବିଜେପି-୩୧୯୦

୨ୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୩୬୧୯ ଖଣ୍ଡ ଭୋଟରେ ଆଗୁଆ

୩ୟ ରାଉଣ୍ଡ :

ବିଜେଡି- ୫୩୧୮

କଂଗ୍ରେସ-୧୦୮

ବିଜେପି-୩୧୭୧

ତୃତୀୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୫୭୬୬ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା , ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ମୋଟ ୧୪ଟି ଟେବୁଲ୍‌ରେ ୨୩ ରାଉଣ୍ଡ ଗଣନା ପରେ ଫଳାଫଳ ଘୋଷଣା କରାଯିବ ।

   Related Posts