ପଦ୍ମପୁର ଉପନିର୍ବାଚନ : ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ ମତଦାନ

Published By : Prameya-News7 Bureau | December 05, 2022 IST

ଭୁବନେଶ୍ୱର ୦୫।୧୨ :   ଭୋଟ ଦେଉଛି ପଦ୍ମପୁର । ନିଜ ନେତା ବାଛିବାକୁ ସକାଳୁ ସକାଳୁ ଧାଡିରେ ଭୋଟ ଦେଉଛନ୍ତି ପଦ୍ମପୁର ବାସୀ । ତେବେ ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ ମତଦାନ ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ସୁରୁଖୁରୁ ନିର୍ବାଚନ ଚାଲିଛି । କିଛି ଇଭିଏମ୍‌ରେ ତ୍ରୁଟି ଦେଖାଦେଇଥିଲା । ଯାହାପରେ ସେସବୁର ସମାଧାନ କରାଯାଇଛି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଚାଲିଛି । ଅଧିକ ସଂଖ୍ୟାରେ ଲୋକେ ଆସି ମତଦାନ କରନ୍ତୁ ।

ସୂଚନାଯୋଗ୍ୟ ଯେ, ପଦ୍ମପୁରରେ ୩୧୯ଟି ବୁଥରେ ହେଉଛି ମତଦାନ। ଏହା ଭିତରେ ୧୫ଟି ମଡେଲ, ୬ଟି ପିଙ୍କ୍ ବୁଥ ରହିଛି। ୭୯ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି। ୧୨୦ବୁଥରେ ୱେବ୍ କାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି ଲାଗିଛି। ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ୧୨୭୬ ପୋଲିଂ ଅଧକାରୀ ନିଯୁକ୍ତ ହୋଇଛନ୍ତି। ୯୧ ଜଣ ମାଇକ୍ରୋ ଅବଜରଭର ନିଯୁକ୍ତ ହୋଇଛନ୍ତି । ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ୧୨ପ୍ରକାର କାର୍ଡ ମଧ୍ୟରୁ ଯେକୌଣସି ଗୋଟିଏ ଦେଖାଇ ଭୋଟ ଦେଇପାରିବେ ମତଦାତା । ସୁରକ୍ଷା ବ୍ୟବସ୍ଥାରେ ମୋଟ୍ ୧୪୧୩ ଜଣ ପୋଲିସ କର୍ମଚାରୀ ଏବଂ ୯ କମ୍ପାନୀ ସିଆରପିଏଫ ନିୟୋଜିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.