AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ପଦ୍ମପୁର ଉପନିର୍ବାଚନ, ସ୍ଥିତି ପରଖିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

29/11/2022 at 2:27 PM

ପଦ୍ମପୁର ୨୯।୧୧ : ପଦ୍ମପୁରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୁହାନୀ । ଉପନିର୍ବାଚନରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ସମୀକ୍ଷା କରିବା ସହ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।

ତେବେ ଏହି ଗସ୍ତ ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ଯେଉଁ ସବୁ ଅଭିଯୋଗ ରହିଛି । ସବୁ ଦିଗକୁ ନେଇ ତର୍ଜମା ଚାଲିଛି । ଖୁବଶୀଘ୍ର ସେସବୁ ଉପରେ ପଦକ୍ଷେପ ନିଆଯିବ । ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପ୍ରକ୍ରିୟା ସାରିବା ଉପରେ ପ୍ରାଥମିକ ଦିଆଯାଉଛି।

ସୂଚନାଯୋଗ୍ୟ ଯେ, ଡିସେମ୍ବର ୫ ତାରିଖରେ ପଦ୍ମପୁରରେ ଉପ-ନିର୍ବାଚନ ହେବାକୁ ଯାଉଛି । ଏଥି ସବୁ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି । ନିଜ ନିଜ ଷ୍ଟାର ପ୍ରଚାରକ ଭୋଟର ମନ ଜିଣିବାକୁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି । ନିର୍ବାଚନକୁ ସୁରଖୁରୁ ସଂପନ୍ନ କରିବାକୁ କେନ୍ଦ୍ରୀୟ ଫୋର୍ସ ଏବଂ ଓଡିଶା ପୋଲିସର ଯବାନମାନଙ୍କୁ ନିୟୋଜିତ କରାଯାଇଛି । ଆଉ ଦିନ କେଇଟା ପରେ ପ୍ରଚାର ମଧ୍ୟ ଶେଷ ହୋଇଯିବ।

   Related Posts