ପଦ୍ମପୁର ଉପନିର୍ବାଚନ : ପ୍ରଶାସନିକ ସ୍ତରରେ ପ୍ରସ୍ତୁତି, ଷ୍ଟ୍ରଙ୍ଗ ରୁମ୍‌ରେ ପହଞ୍ଚିଲା ଇଭିଏମ୍‌

Published By : Prameya-News7 Bureau | November 15, 2022 IST

ପଦ୍ମପୁର ୧୫।୧୧ : ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି l ପଦ୍ମପୁର ଆରଏମସି ସ୍ଥିତ ଷ୍ଟ୍ରଙ୍ଗ ରୁମରେ ପହଞ୍ଚିଲା ଇଭିଏମ୍ l ସ୍ଵଚ୍ଛ ଏବଂ ନିରପେକ୍ଷ ନିର୍ବାଚନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମ୍ ରଖାଯାଇଛି lଡିସେମ୍ବର ୫ ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣ ଅଫିସର ଏବଂ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗ ରୁମରେ ସିଲ୍ କରାଯାଇଛି ଇଭିଏମ୍ l

ସେପଟେ ଉପନିର୍ବାଚନ ବେଳେ ରୋଚକ ହେଉଛି ପଦ୍ମପୁର ରାଜନୀତି । ଭୋଟ୍ ପୂର୍ବରୁ ଜିଲ୍ଲା ଗଠନ ଦାବି, ଫସଲ ବୀମା ପ୍ରସଙ୍ଗ ନିର୍ବାଚନୀ ମୁଦ୍ଦା ହୋଇଛି । ସୋମବାର ନାମାଙ୍କନ ଦାଖଲ କରିବା ପାଇଁ ବିରାଟ ଶୋଭାଯାତ୍ରା କରି ଆସଥିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ । ହେଲେ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ପ୍ରଦୀପ ପୁରୋହିତ ନାମାଙ୍କନ ଦାଖଲ କରିନାହାନ୍ତି ।

ସେହିପରି କେନ୍ଦୁପତ୍ର ଚାଷୀଙ୍କ ସମସ୍ୟାକୁ ପ୍ରସଙ୍ଗ କରିଛି ବିଜେଡି । ଏହାରି ଭିତରେ ବିଜେଡି, ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀ କେବେ ପ୍ରାର୍ଥିପତ୍ର ଦାଖଲ କରିବେ ତାକୁ ନେଇ ଚର୍ଚ୍ଚା ଚାଲିଛି। ୧୭ ତାରିଖରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ତା ପୂର୍ବରୁ ତିନି ଦଳର ପ୍ରାର୍ଥୀ ନାମାଙ୍କନ ଭରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.