କିଏ ମାରିବ ପଦ୍ମପୁର ବାଜି ? ଆଜି ପଦ୍ମପୁର ଉପନିର୍ବାଚନ ରେଜଲ୍ଟ

Published By : Prameya-News7 Bureau | December 08, 2022 IST

ଭୁବନେଶ୍ୱର ୦୮।୧୨: ଆଜି ହେଉଛି ଜନାଦେଶର ଦିନ। ସେଥିପାଇଁ ଆଜି ସାରା ରାଜ୍ୟର ନଜର ପଦ୍ମପୁର ଉପରେ। ପଦ୍ମପୁରରେ କିଏ ମାରିବ ବାଜି, ପଦ୍ମପୁର ଦଖଲ କରିବ କିଏ, ଏହି ଗଡ଼ରେ କିଏ କରିବ ରାଜ। ତାହା ଆଜି ହିଁ ସ୍ପଷ୍ଟ ହୋଇଯିବ ଭୋଟ ଗଣତି ପରେ। ଏହି ଉପନିର୍ବାଚନ ପାଇଁ ଗତ ୫ ତାରିଖରେ ହୋଇଥିଲା ଭୋଟଗ୍ରହଣ। ଏବଂ ଏଥିରେ ରେକର୍ଡ ପୂର୍ବକ ୮୧.୨୯ ପ୍ରତିଶତ ମତଦାନ ହୋଇଛି । ୧୦ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ ରେ ସିଲ୍ ହୋଇ ଯାଇଛି।

ଆଉ କିଛି ସମୟ ପରେ ଅର୍ଥାତ୍ ଗୁରୁବାର ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବ୍ୟାଲାଟ ଗଣତି ହେବ । ଏହାର ଅଧଘଣ୍ଟା ପରେ ଅର୍ଥାତ ସାଢେ ୮ଟାରୁ ଇଭିଏମ ଭୋଟ ଗଣତି ହେବ । ସମୁଦାୟ ୩୧୯ ଟି ବୁଥର ଭୋଟ ଗଣତି ୨୩ଟି ରାଉଣ୍ଡରେ ଶେଷ ହେବ ।

ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା , ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ମୋଟ ୧୪ଟି ଟେବୁଲ୍‌ରେ ୨୩ ରାଉଣ୍ଡ ଗଣନା ପରେ ଫଳାଫଳ ଘୋଷଣା କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.