ଡିସେମ୍ବର ୮ରେ ପଦ୍ମପୁର ଉପନିର୍ବାଚନ: ୩ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଚାଲିଛି ଅଙ୍କକଷା, କାହାକୁ ମିଳିବ ଟିକେଟ୍ ?

Published By : Prameya-News7 Bureau | November 05, 2022 IST

ବରଗଡ: ପଦ୍ମପୁର ଉପନିର୍ବାଚନ ପାଇଁ ଡିସେମ୍ବର ୫ରେ ବିଧିବଦ୍ଧ ଭାବେ କେନ୍ଦ୍ର ନିର୍ବାଚନ କମିଶନର ତାରିଖ ଘୋଷଣା  ହେବାପରେ ଏବେ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଛି ଅଙ୍କକଷା । ଦଳରୁ କାହାକୁ କରିବ ପ୍ରାର୍ଥୀ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ସମସ୍ତେ ନିଜ ନିଜ ପତିଆରା ଜାହିର କରିବାକୁ ପ୍ରାକ୍ ପ୍ରସ୍ତୁତ କରିଥିବା କହିଛନ୍ତି।

ପଦ୍ମପୁର ଉପ ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ଆସନ୍ତା ଡ଼ିସେମ୍ବର ପାଞ୍ଚ ତାରିଖ ଭୋଟିଂ ହେବାକୁ କେନ୍ଦ୍ର ନିର୍ବାଚନ କମିଶନ ଘୋଷଣା କରିଛି । ଏଥିପାଇଁ ନଭେମ୍ବର ୧୦ ତାରିଖ ବିଜ୍ଞପ୍ତି ପ୍ରକାଶ ହେବାକୁ ଥିବା ବେଳେ ୧୭ ତାରିଖ ପ୍ରାର୍ଥପତ୍ର ଦାଖଲର ଶେଷ ତାରିଖ ରଖାଯାଇଛି। ସେହିପରି ୧୮ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ୨୧ ତାରିଖ ପ୍ରଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି। ଏହାସହ ଡିସେମ୍ବର ୮ ତାରିଖ ଭୋଟ ଗଣତି ହେବା ସହ ଆସନ କିଏ ହାତେଉଛି ତାହାର ଫଳାଫଳ ଘୋଷଣା ହେବ । ଏହାକୁ ନେଇ ତିନି ପ୍ରମୁଖ ଦଳ ପ୍ରସ୍ତୁତ ରହିଥିବା ବେଳେ ପ୍ରାର୍ଥୀ ଘୋଷଣା ପାଇଁ ଏବେ ଆରମ୍ଭ ହୋଇଛି ଅଙ୍କକଷା ।

ତେବେ ବିଜେଡିର ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଦୀର୍ଘ ପାଞ୍ଚଟି ନିର୍ବାଚନରେ ବିଜୟୀ ରହିଥିବା ବେଳେ ଏବେ ଏହା ବିଜେଡିର ଗଡ ହୋଇରହିଛି । ତେବେ ତାଙ୍କର ମୃତ୍ୟୁ ପରେ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଏବେ ଅଡ଼ୁଆରେ ପଡ଼ିଛି । ତେବେ ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ସ୍ତ୍ରୀ ତିଳୋତମା ସିଂ ବରିହାଙ୍କ ପ୍ରାର୍ଥୀ ହେବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେହିପରି ପଦ୍ମପୁର ଟାଲ ଗାଁର ପ୍ରଶାସନିକ ଅଧିକାରୀ  ମହେନ୍ଦ୍ର ବଢ଼େଇଙ୍କର ନାଁ ମଧ୍ୟ ଚର୍ଚ୍ଚାରେ ରହିଛି ।

ଅନ୍ୟପକ୍ଷରେ ବିଜେପି ପକ୍ଷରୁ ପ୍ରଦୀପ ପୁରୋହିତ ଏବଂ କଂଗ୍ରେସ ଦଳ ପକ୍ଷରୁ ସତ୍ୟ ଭୂଷଣ ସାହୁଙ୍କ ସହ ଆଉ ପାଞ୍ଚ ଜଣ ଆଶାୟୀ ଥିବା ଚର୍ଚ୍ଚା ଚାଲିଛି।ତେବେ ଚିର ମରୁଡି ପ୍ରପୀଡ଼ିତ ଅଞ୍ଚଳ, ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ ଭାବେ ପଦ୍ମପୁର, ପାଇକମାଲ ଓ ଝାରବନ୍ଧ ବ୍ଲକକୁ ନେଇ ପଦ୍ମପୁର ସବ୍ଡିଭିଜନ ଗଠିତ। ତେଣୁ ଅଞ୍ଚଳର ବିଭିନ୍ନ ସମସ୍ୟା ,ଚାଷୀ ଚାଷ ର ଉନ୍ନତି  କୁ ନେଇ ଜଳସେଚନ ପ୍ରମୁଖ ସମସ୍ୟା ସହ ସ୍ଥାନୀୟ ମୁଦ୍ଦାକୁ ନେଇ ଏବେ ଉପନିର୍ବାଚନ ରେ ମୁଖ୍ୟ ପ୍ରସଙ୍ଗ ତେଣୁ ସେ ସବୁ ପ୍ରସଙ୍ଗକୁ ନେଇ ତିନି ଦଳ ଆରମ୍ଭ କରିଛି ଅଙ୍କ କଷା ।ତେବେ ରାଜ୍ୟ ଓ କେନ୍ଦ୍ର ନେତୃତ୍ୱ କେଉଁ ପ୍ରାର୍ଥୀର ନାଁ ଉପରେ ମୋହର ମାରୁଚି ତା ଉପରେ ସମସ୍ତଙ୍କ ନଜର ।ପଦ୍ମପୁର ଉପ ନିର୍ବାଚନକୁ ନେଇ ସମସ୍ତ ଦଳ ଏବେ ପ୍ରସ୍ତୁତ ରହିଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ସମସ୍ତଙ୍କର ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.