Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ପଦ୍ମପୁର ଉପନିର୍ବାଚନ; ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମାଗିଲେ ବୌଦ୍ଧର ସମର୍ଥକ

20/11/2022 at 5:20 PM

ପଦ୍ମପୁର: ବିଜେଡିର ନିସ୍ବାର୍ଥପର ସମର୍ଥକ । ମୁଖ୍ୟମନ୍ତ୍ରୀଙ୍କ ନୀତି ଆର୍ଦଶରେ ଅନୁପ୍ରାଣିତ । ପଦ୍ମପୁରରେ ନିର୍ବାଚନୀ ପ୍ରଚାର ପାଇଁ ଅନୁମତି ମାଗିଲେ ଜଣେ କର୍ମୀ । ବୌଦ୍ଧ ସହର ପୋଡ଼ପଡ଼ାର ଫକୀର ସାହୁ, ପଦ୍ମପୁରରେ କ୍ୟାମ୍ପେନିଂ ପାଇଁ ଅନୁମତି ଲୋଡ଼ିଛନ୍ତି । ବିଜେଡିର ବିଧାୟକ ପ୍ରାର୍ଥୀ ବର୍ଷା ବରିହାଙ୍କ ସମର୍ଥନରେ ପ୍ରଚାର ଦଳ ସୁପ୍ରିମୋଙ୍କୁ ଅନୁମତି ମାଗିଛନ୍ତି ।

ଡିସେମ୍ବର ୫ତାରିଖରେ ପଦ୍ମପୁର ଉପନିର୍ବାଚନ । ଭୋଟିଂ ପୂର୍ବରୁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରଚାର ଜୋରଦାର କରିଛନ୍ତି । ତେବେ ବିଜେଡି ପ୍ରାର୍ଥୀ ବର୍ଷା ବରିହାଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ବିଜେଡି ସମର୍ଥକ । ବୌଦ୍ଧ ସହର ପୋଡ଼ପଡ଼ାର ଫକୀର ସାହୁ ବର୍ଷାଙ୍କ ସମର୍ଥନରେ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ଲୋଡ଼ିଛନ୍ତି । କିଛି ଟଙ୍କା ସହିତ ଖଣ୍ଡେ ଗାଡ଼ିର ସୁବିଧା କରାଇବା ପାଇଁ ସେ ଅନୁରୋଧ କରିଛନ୍ତି ।

ପ୍ରତିଦିନ ବିଜେଡି ପତାକା ଧରି ନବୀନଙ୍କ ସମର୍ଥନରେ ବାହାରି ପଡ଼ନ୍ତି ଫକୀର । ଶଙ୍ଖ ଚିହ୍ନ ଥିବା ନୀଳ ରଙ୍ଗର ସ୍ବତନ୍ତ୍ର ଡ୍ରେସ୍ ପିନ୍ଧି ସାଇକେଲରେ ବିଜେଡି ପ୍ରଚାରରେ ବାହାରି ପଡ଼ନ୍ତି । ଜୀବନର ଶେଷ ନିଶ୍ବାସ ଥିବା ଯାଏଁ ବିଜେଡି ସମର୍ଥନରେ ପ୍ରଚାର କରିବେ ବୋଲି କହିଛନ୍ତି । ମାତ୍ର ଦଳ ତରଫରୁ ତାଙ୍କୁ କୌଣସି ସୁବିଧା ମିଳିନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି । କିଛି ସହାୟତା ପାଇଁ ଦଳୀୟ ନେତାଙ୍କୁ ଅନୁରୋଧ କରିଛନ୍ତି । ପାଖରେ ଅର୍ଥ ନଥିବାରୁ ଧମନଗର ଉପନିର୍ବାଚନ ପ୍ରଚାରରେ ସାମିଲ ହୋଇନଥିଲେ ବୋଲି ଫକୀର କହିଛନ୍ତି ।

   Related Posts