ପଦ୍ମପୁର ଉପନିର୍ବାଚନ: ରେଡ୍ ପରେ ଏବେ ହିଂସା ରାଜନୀତିକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି
29/11/2022 at 8:59 PM

ପଦ୍ମପୁର/ଭୁବନେଶ୍ଵର: ପଦ୍ମପୁର ଉପ ନିର୍ବାଚନରେ ବଢୁଛି ଆରୋପ ପ୍ରତ୍ୟାରୋପ ରାଜନୀତି । ଆଇଟି ଆଉ ଜିଏସଟି ଚଢାଉକୁ ନେଇ ମୁହାଁ ମୁହିଁ ହୋଇଥିବା ବିଜେଡି ବିଜେପି ଆଜି ପୁଣି ହିଂସା ରାଜନୀତିକୁ ନେଇ ଫେସ ଟୁ ଫେସ ହୋଇଛନ୍ତି । ପଦ୍ମପୁରରେ ଭୋଟ ପାଇଁ ବିଜେପି ହିଂସା ରାଜନୀତି କରୁଥିବା ସିଧାସଳଖ ଅଭିଯୋଗ କରିଛି ବିଜେଡି । ଏଥି ସହିତ ବିଜେପିର ୪ ନେତାଙ୍କୁ ପଦ୍ମପୁରରୁ ତଡି ପାର କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି କରିଛି ଦଳ । ସେପଟେ ବିଜେଡି ହଂସା କାଣ୍ଡ ଘଟାଉଥିବା ଅଭିଯୋଗ କରି ରାଜ୍ୟ ବିଜେପି ଡିଜିପିଙ୍କୁ ଫେରାଦ ହୋଇଥିବାବେଳେ ବିଜେପି ନେତାଙ୍କୁ ଅପହରଣ ଅଭିଯୋଗରେ ବିଜେଡି ବିଧାୟକ ପ୍ରଦୀପ ଦିଶାରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା । ଏହାକୁ ନେଇ ପଦ୍ମପୁରରୁ ଭୁବନେଶ୍ବର ଯାଏ ରାଜନୀତି ଯୋର ଧରିଛି ।
ପଦ୍ମପୁର ରାଜନୀତି ପାଇଁ ରାଜଧାନୀ ହୁଲସ୍ତୁଲ। ହିଂସା ରାଜନୀତିକୁ ନେଇ ମୁହାଁମୁହିଁ ବିଜେଡି- ବିଜେପି। ପଦ୍ମପୁରେ କିଏ କରୁଛି ହିଂସା ତାକୁ ନେଇ ତେଜିଛି ଆରୋପ ପ୍ରତ୍ୟାରୋପ ।ପଦ୍ମପୁରରେ ବିଜେପି ହଂସାତ୍ମକ କାର୍ଯ୍ୟ କରୁଥିବା ସିଧା ସଳଖ ଅଭିଯୋଗ କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ବିଜେଡି କହିଛି ବିଜେପି ହିଁ ଓଡ଼ିଶାକୁ ୟୁପି ଓ ବିହାର କରିବାକୁ ଚାହୁଁଛି । ଛତିଗଡ ଓ ଜିଲ୍ଲା ବାହାରୁ ଗୁଣ୍ଡା ଆଣି ହଂସାକାଣ୍ଡ କରୁଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ବି ହୋଇଛି ବିଜେଡି। ସେପଟେ ପାଲଟା ଆରୋପ ଆଣିଛି ବିଜେପି । ଏ ନେଇ ରାଜ୍ୟ ପୋଲିସ ଡିଜିଙ୍କୁ ଭେଟିଲା ବିଜେପି ବିଧାୟକ ଟିମ । ଚାରି ଚାରିଟି ଏପରି ଘଟଣାର ଉଦାହରଣ ଥୋଇଛି, ଯେଉଁଥିରେ ବିଜେପି ବିଜେଡିକୁ ଆକ୍ଷେପ କରିଛି। ଏପରିକି ପୋଲିସ ମଧ୍ୟ ଶାସକ ଦଳକୁ ସହାୟତା ପ୍ରଦାନ କରୁଛି ବୋଲି ବିଜେପି କହିଛି।
ସେହିପରି କାଲି ପଦ୍ମପୁପରର ଘଟଣାକ୍ରମକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। କାଲି ଜିଏସଟି ଚଢ଼ାଉ ବେଳେ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ବିଜେଡି ବିଜେପି ଉପରେ ଦୋଷ ଲଦିଛି। GST ରେଡ୍ ବେଳେ ବିଜେପି ନେତା କାଳନ୍ଦୀ ସାମଲ, ପିଙ୍କି ପ୍ରଧାନ, ଠାକୁର ରଣଜିତ୍ ଦାସ ରେଡ୍ କରୁଥିବା ଅଧିକାରୀଙ୍କୁ ହଇରାଣ କରିଛନ୍ତି । ସେମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ । ଏପରିକି ରେଡ ପରେ ଫେରିବା ସମୟରେ ଜିଏସଟି ମହିଳା ଅଧିକାରୀଙ୍କୁ ବିଜେପି ବିଧାୟକ କୁସୁମ ଟେଟେ ଆକ୍ରମଣ କରିଥିବା ଅଭିଯୋଗ କରିଛି ବିଜେଡି । ଏନେଇ ଥାନାରେ ଏତଲା ହୋଇଛି। ସେପଟେ ବିଜେଡି ବିଧାୟକ ପ୍ରଦୀପ ଦିଶାରୀଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଛି ବିଜେପି। ବିଜେପି କର୍ମକର୍ତ୍ତାକୁ ମରଣାନ୍ତକ ଆକ୍ରମଣ ଓ ବନ୍ଧୁକ ମୁନରେ ଅପହରଣ କରିବାରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀଙ୍କ ହାତ ଅଛି ତାଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛି। ।
ନିର୍ବାଚନ ପ୍ରଚାର ସରଗରମ ଥିବାବେଳେ ପ୍ରଥମେ ଆଇଟି ଓ ଜିଏସଟି ଚଢାଉକୁ ନେଇ ମୁହାଁ ମୁହିଁ ହୋଇଥିବା ବିଜେଡି – ବିଜେପି ଆଜି ହିଂସା ରାଜନୀତିକୁ ନେଇ ପରସ୍ପର ଆଡକୁ ନିସାନା ସାଧିଛନ୍ତି। ତେବେ ଏ ପବ୍ଲିକ ହେ ସବ ଜାନତା ହେ, ଯାହା ଭୋଟ ରେଜଲ୍ଟରୁ ଜଣାଇଦେବେ।