ପଦ୍ମପୁର ଉପନିର୍ବାଚନ ଅପଡେଟ୍: ୨୩ ଏବଂ ୨୪ ରାଉଣ୍ଡରେ ବର୍ଷାଙ୍କ ବାଜିମାତ୍, ୪୨ ହଜାରରୁ ଅଧିକ ଭୋଟରେ ଜିତିଲେ
8/12/2022 at 5:22 PM

ଭୁବନେଶ୍ୱର ୦୮।୧୨ : ଚାଲିଛି ଭୋଟ ଗଣତି । ଟ୍ରେଣ୍ଡରେ ଆଗକୁ ବଢୁଛି ବିଜୁ ଜନତା ଦଳ। ବର୍ତ୍ତମାନ ସୁଦ୍ଧା ୨୨ ରାଉଣ୍ଡର ଭୋଟ ଗଣତି ଶେଷ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରୁହା ଆଗରେ ଅଛନ୍ତି। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପଛରେ ଚାଲିଛନ୍ତି ।
୨୩ ତମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୧,୧୯,୫୧୨ ଖଣ୍ଡ ଭୋଟ ପାଇଥିବା ବେଳେ ୨୪ତମ ରାଉଣ୍ଡ୍ରେ ୧,୨୦.୬୭୨ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୭୭,୪୪୭ ଖଣ୍ଡ ଭୋଟ ପାଇଥିବା ବେଳେ ୨୪ତମ ରାଉଣ୍ଡ୍ରେ ୭୮,୦୩୪ ଖଣ୍ଡ ଭୋଟ୍ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ୨୩ତମ ରାଉଣ୍ଡ୍ରେ ୩,୫୪୮ ଖଣ୍ଡ ଭୋଟ ପାଇଥିବା ବେଳେ ୨୪ ତମ ରାଉଣ୍ଡ୍ରେ ୩୫୮୧ ଖଣ୍ଡ ଭୋଟ ପାଇଛନ୍ତି । ଅନ୍ୟାନ୍ୟ ୫୪୯୪ ଖଣ୍ଡ ଭୋଟ ପାଇଛନ୍ତି ।
୨୪ ତମ ରାଉଣ୍ଡ :
ବିଜେଡି : ୧୧୬୦
ବିଜେପି : ୫୮୭
କଂଗ୍ରେସ : ୩୩
ବିଜେଡି ମୋଟ ୪୨,୬୩୮ ଭୋଟରେ ଆଗୁଆ
ସୂଚନାଯୋଗ୍ୟ ଯେ, ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ୧୦ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇଛି । ମୋଟ ୧୪ଟି ଟେବୁଲ୍ରେ ୨୪ ରାଉଣ୍ଡ ଗଣନା ସରିଛି । ନିର୍ବାଚନ ଫଳାଫଳକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ପ୍ରଦାନ କରିବେ ।