Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ପଦ୍ମପୁରରେ ପ୍ରତିଶ୍ରୁତି ପୂରଣ କଲେ ମୁଖ୍ୟମନ୍ତ୍ରୀ, ବର୍ଷକ ମଧ୍ୟରେ ଜିଲ୍ଲା ମାନ୍ୟତା ପାଇବ ଉପଖଣ୍ଡ

19/02/2023 at 12:51 PM

ପଦ୍ମପୁର ୧୯/୦୨: ପ୍ରତିଶ୍ରୁତି ପୂରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦ୍ମପୁରକୁ ବର୍ଷକ ଭିତରେ ଜିଲ୍ଲା ମାନ୍ୟତା ମିଳିବ । ପଦ୍ମପୁର ଉପ-ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଦେଇଥିବା କଥା ରଖିଛନ୍ତି । ରବିବାର ପଦ୍ମପୁର ଗସ୍ତରେ ଯାଇ ପ୍ରତିଶ୍ରୁତି ପୂରଣ କରିଛନ୍ତି ନବୀନ । ଗୋଟିଏ ବର୍ଷ ଭିତରେ ପଦ୍ମପୁର ଜିଲ୍ଲା ମାନ୍ୟତା ପାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହା ସହିତ ପଦ୍ମପୁରରେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ।

ପଦ୍ମପୁର ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ ହେବା ପରେ ପ୍ରଥମ ଥର ପାଇଁ ପଦ୍ମପୁର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରବିବାର ପଦ୍ମପୁରରେ ପହଞ୍ଚି ପ୍ରତିଶ୍ରୁତି ରକ୍ଷା କରିଛନ୍ତି । ଆୟୋଜିତ ସଭାରେ ପଦ୍ମପୁରବାସୀଙ୍କୁ ଉଦବୋଧନ ଦେଇ ଉପଖଣ୍ଡକୁ ଜିଲ୍ଲା ଭାବେ ଘୋଷଣା କରିଛନ୍ତି ନବୀନ । ଆସନ୍ତା ଏକ ବର୍ଷ ଭିତରେ ପଦ୍ମପୁରକୁ ଜିଲ୍ଲା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ମିଶନ ଶକ୍ତି ମାଆମାନେ ଭଲ କାମ କରୁଥିବା କହିବା ସହିତ ୧.୨୩ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ।

ଆଜି ବରଗଡ଼ ଜିଲ୍ଲାକୁ ତୋଫାନି ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଝାରବନ୍ଧ, ପାଇକମାଳ ଓ ପଦ୍ମପୁରରେ ଆୟୋଜିତ ତିନୋଟି ଜନସଭାରେ ଯୋଗଦେଇ ଉଦବୋଧନ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ କଥାରେ ନୁହେଁ କାମରେ ବିଶ୍ବାସ କରେ । ପଦ୍ମପୁର ଉପଖଣ୍ଡରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ କରିଛନ୍ତି । ସେହିପରି ଝାରବନ୍ଧ ବ୍ଲକର ପ୍ରତ୍ୟେକ ପଞ୍ଚାୟତ ପାଇଁ ଏକ କୋଟି ଲେଖାଏଁ ଅନୁଦାନ ଘୋଷଣା କରିଛନ୍ତି । ସେହିପରି ୧୩୩/୩୨ କେବିର ଏକ ଗ୍ରିଡ୍ ନିର୍ମାଣ ସାଙ୍ଗକୁ ଚାକଧରା ଡ୍ୟାମ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ନବୀନ କହିଛନ୍ତି । ସେହିପରି ପାଇକମାଳ ବ୍ଲକରେ ୨୦ଟି ପ୍ରକଳ୍ପର ଲୋକାର୍ପଣ ଏବଂ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଇକମାଳ ପିଏଚସିକୁ ସିଏଚସି ଭାବେ ଘୋଷଣା କରିଛନ୍ତି ।

   Related Posts