ଦୁଇଦିନ ପାଇଁ ପଦ୍ମପୁର ବନ୍ଦ, ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଆନ୍ଦୋଳନ

Published By : Prameya-News7 Bureau | November 02, 2022 IST

ପଦ୍ମପୁର ୦୨।୧୧ : ଆଜିଠୁ ଦୁଇଦିନ ପାଇଁ ପଦ୍ମପୁର ବନ୍ଦ। ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ବନ୍ଦ ଡାକରା ଦିଆଯାଇଛି । ଏକାଠି ହୋଇଛନ୍ତି ୬ଟି ବ୍ଲକର ଲୋକ । ପଦ୍ମପୁର ଆଜି ଓ କାଲି ବନ୍ଦ ପାଳନ କରାଯାଉଥିବା ବେଳେ ଆନ୍ଦେଳନକୁ ବିଭିନ୍ନ ସଂଗଠନ ସମର୍ଥନ କରିଛନ୍ତି। ପାଇକମାଲ , ଝରବନ୍ଧ ,ଗାଇସିଲେଟ, ସୋହେଲା ଓ ବିଜେପୁର ବ୍ଲକର ବିଭିନ୍ନ ସଂଗଠନ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଦୋକାନବଜାର ଖୋଲିନଥିବା ବେଳେ ଗାଡିମଟର ଚଳାଚଳ ବନ୍ଦ ରହିଛି ।

ସେହିପରି ସମସ୍ତ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନୁ ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଛି। ଏହି ୬ଟି ବ୍ଲକ ସବୁ ସମୟରେ ମରୁଡି ଶିକାର ହେଉଛି ଏବଂ ଦାଦନ ସମସ୍ୟା ଲାଗି ରହିଛି । ହେଲେ ବରଗଡ଼ ଜିଲ୍ଲା ସହିତ ଥିବାରୁ ଏହାକୁ ମଧ୍ୟ ଏକ ଉନ୍ନତ ଅଞ୍ଚଳ ବୋଲି ଗଣାଯାଉଛି , ଏବଂ ଅବହେଳା କରାଯାଉଛି ବୋଲି ଅଭିଯୋଗ ହୋଇଛି । ଏହି ଅଞ୍ଚଳର ପାଣିପାଗ KBK ଅଞ୍ଚଳ ସହିତ ସମାନ ତେଣୁ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ମିଳୁ ବୋଲି ବହୁ ଦିନରୁ ଦାବି କରାଯାଉଛି, ହେଲେ କେହି ଧ୍ୟାନ ଦେଉନାହାନ୍ତି ବୋଲି ଆନ୍ଦୋଳନକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.