'ପଦ୍ମଶ୍ରୀ' ସମ୍ମାନ ବଦଳରେ ମୋତେ ଆୟକର ଛାଡ଼ କରାଯାଉ: ଲଙ୍ଗର ବାବା

Published By : Prameya-News7 Bureau | January 26, 2020 IST

ନୂଆଦିଲ୍ଲୀ୨୬/୧: ଜମି ବିକ୍ରି କରି ୩୯ ବର୍ଷ ହେଲା ଲୋକମାନଙ୍କୁ ମାଗଣାରେ ଖାଇବାକୁ ଦେଉଥିବା ଲଙ୍ଗର ବାବାଙ୍କୁ ନେଇ ଚର୍ଚ୍ଚା ଚାଲିଛି। କେନ୍ଦ୍ର ସରକାରଙ୍କ ଦ୍ବାରା ପଦ୍ମଶ୍ରୀ ସମ୍ମାନରେ ତାଙ୍କୁ ସମ୍ମାନୀତ କରାଯିବ ବୋଲି ଘୋଷଣା ସରିଛି। ପରିଣତ ବୟସରେ ବାଟ ଗଲା ଲୋକଙ୍କୁ ଡାକି ଅନ୍ନ ପ୍ରଦାନ କରିବା ଲଙ୍ଗର ବାବାଙ୍କ ନିତିଦିନିଆ କାମ। ଲଙ୍ଗର ବାବାଙ୍କ ବୟସ ୮୫ ବର୍ଷ। ଏହି ସହୃଦୟ ବ୍ୟକ୍ତିଙ୍କ ପ୍ରକୃତ ନାମ ଜଗଦୀଶ ଆହୁଜା। ଶ୍ରଦ୍ଧାରେ  ଲୋକମାନେ ତାଙ୍କୁ ଲଙ୍ଗର ବାବା ବୋଲି ଡାକନ୍ତି। ଜଗଦୀଶ କହିଛନ୍ତି ଯେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ବଦଳରେ ଆୟକର (ଇନ୍‌କମ୍ ଟ୍ୟାକ୍ସ) ଛାଡ଼ କଲେ ହୁଏତେ ସେ ଅଧିକ ଲୋକଙ୍କୁ ମାଗଣାରେ ଖାଦ୍ୟ ଦେଇ ପାରିବେ।

{"id":216304,"sizeSlug":"large"}

ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ଚଣ୍ଡିଗଡ଼ରେ ଜଗଦୀଶ ବା ଲଙ୍ଗର ବାବା ୩୯ ବର୍ଷ ହେଲା ମାଗଣାରେ ଲୋକମାନଙ୍କୁ ଆହାର ପରଷୁଛନ୍ତି। ଏପରି କି ଲୋକମାନଙ୍କ ସେବା ପାଇଁ ଜଗଦୀଶ ନିଜ ସମସ୍ତ ସମ୍ପତ୍ତି ମଧ୍ୟ ବିକ୍ରି କରି ସାରିଲେଣି। ଲୋକମାନଙ୍କ ସେବାରେ ତାଙ୍କୁ ଆତ୍ମସନ୍ତୋ​‌ଷ ମିଳୁଥିବା ସେ କହିଛନ୍ତି। ତାଙ୍କ ଜୀବନ ଅତି ଦୁଃଖରେ କଟିଛି। ପଟିଆଲାରେ ଗୁଡ଼ ଓ ଫଳ ବିକ୍ରି କରି ଜଗଦୀଶ ନିଜର ଗୁଜୁରାଣ ମେଣ୍ଟାଉଥିଲେ। ୧୯୫୬ ମସିହା ପ୍ରାୟ ୨୧ ବର୍ଷ ବୟସରେ ସେ ଚଣ୍ଡିଗଡ଼ରେ ପହଞ୍ଚିଥିଲେ। ଚଣ୍ଡିଗଡ଼ ସହରରେ ଜଗଦୀଶ ଏକ ଭଡ଼ା ଘର ନେଇ ଫଳ ବିକ୍ରି କରିବା ଆରମ୍ଭ କରି ଦେଇଥିଲେ।

{"id":216305,"sizeSlug":"large"}

ଜଗଦୀଶ କହିଛନ୍ତି ଯେ ଚଣ୍ଡିଗଡ଼ ଆସିବା ସମୟରେ ତାଙ୍କ ପାଖରେ କେବଳ ୪ଟଙ୍କା ୧୫ ପଇସା ଥିଲା। ଚଣ୍ଡିଗଡ଼ ସହରରେ ଜଗଦୀଶ ବହୁ ସଂଘର୍ଷ କରିବା ପରେ ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚିଛନ୍ତି। ବର୍ତ୍ତମାନ ସେ ଭଲ ରୋଜଗାର ମଧ୍ୟ କରୁଛନ୍ତି। ୧୯୪୭ ମସିହାରେ ତାଙ୍କ ଜନ୍ମସ୍ଥାନ ପେଶାବରରୁ ବିସ୍ଥାପିତ ହୋଇ ପଞ୍ଜାବର ମାନସା ସହରରେ ୧୨ ବର୍ଷରୁ ସଂଘର୍ଷ ଆରମ୍ଭ କରିଥିଲେ। ଜଗଦୀଶ ଆଜି ଲଙ୍ଗର ବାବା ନାମରେ ବେଶ ପରିଚିତ। ତାଙ୍କର ଏଭଳି କାର୍ଯ୍ୟ ପାଇଁ ଜଗଦୀଶ କେନ୍ଦ୍ର ସରକାରଙ୍କ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହେବାକୁ ଯାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.