ମା’ କଟକ ଚଣ୍ଡୀଙ୍କ ପଦ୍ମବେଶ, ପ୍ରଥମ ଥର ଲାଗି ଏହି ବେଶରେ ଦେଉଛନ୍ତି ଦର୍ଶନ

Published By : Prameya-News7 Bureau | February 13, 2024 IST

କଟକ ୧୩।୨: ପବିତ୍ର ମାଘ ମାସ କୁମ୍ଭ ସଂକ୍ରାନ୍ତି ଅବସରରେ ମା’ କଟକ ଚଣ୍ଡୀ ପ୍ରଥମ ଥର ପଦ୍ମ ବେଶରେ ଦର୍ଶନ ଦେଉଛନ୍ତି । ଇତିହାସରେ ପ୍ରଥମ ଥର ଲାଗି ମା’ ଏଭଳି ଦୁର୍ଲଭ ଦର୍ଶନ ଦେଉଥିବା ସେବାୟତ କହିଛନ୍ତି । ଅନ୍ୟପଟେ ମା’ଙ୍କ ଏହି ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିବାରେ ଲାଗିଥିଲା ।

କଟକ ସହରର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ ଭକ୍ତମାନଙ୍କୁ ଦୁର୍ଲଭ ପଦ୍ମ ବେଶରେ ଦର୍ଶନ ଦେଉଛନ୍ତି । ମଙ୍ଗଳବାର ପବିତ୍ର ମାଘ ମାସର କୁମ୍ଭ ସଂକ୍ରାନ୍ତି ହୋଇଥିବା ବେଳେ ଚଣ୍ଡୀ ମନ୍ଦିରରେ ମା’ଙ୍କ ଏହି ଦୁର୍ଲଭ ବେଶର ଆୟୋଜନ କରାଯାଇଥିଲା । ସବୁଠାରୁ ବଡ଼ କଥା ହେଲା ମା’ କଟକ ଚଣ୍ଡୀଙ୍କ ଏହି ବେଶର ଡିଜାଇନ୍ ନିଜର ନାମ ଗୋପନ ରଖି ଜଣେ ଯୁବ ଆଇଟି ଇଞ୍ଜିନିୟର କରିଥିଲେ । ସୋଲ, ଜରି, କାଗଜ, ବତା ଓ ପାଣି ରଙ୍ଗର ବ୍ୟବହାର କରିଥିଲେ । ଏହାସହ ଏହି ବେଶ ପାଇଁ ମନ୍ଦିରର ସେବାୟତ ଓ ମନ୍ଦିର ପ୍ରଶାସନିକ ଅଧିକାରୀ ବହୁତ ସହଯୋଗ କରିଥିଲେ । ଚଣ୍ଡୀ ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ ଏହି ଦୁର୍ଲଭ ପଦ୍ମ ବେଶରେ ମା’ ସମସ୍ତଙ୍କୁ ଦର୍ଶନ ଦେଉଥିବା ବରିଷ୍ଠ ସେବାୟତ କହିଛନ୍ତି ।

ସେହିଭଳି ମା’ଙ୍କ ପଦ୍ମବେଶ ସମ୍ପର୍କରେ ପୂର୍ବରୁ କୌଣସି ସୂଚନା ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦିଆଯାଇନଥିଲା । କିନ୍ତୁ ଏଠାକୁ ଆସିଥିବା ଶ୍ରଦ୍ଧାଳୁମାନେ ମା’ଙ୍କ ଏହି ପଦ୍ମବେଶର ଦର୍ଶନ କରିନଥିବା ଖୁସି ପ୍ରକଟ କରିଛନ୍ତି । ଏହାସହ ବେଶ ସମ୍ପର୍କରେ ଶୁଣିବା ପରେ ଧିରେ ଧିରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ଜମିବାରେ ଲାଗିଥିଲା।

You Can Read :

wp:embed {"url":"https://www.prameyanews7.com/biju-swasthya-kalyan-yojana-honored-with-skoch-award-2023/","type":"wp-embed","providerNameSlug":"prameya-news-7"}
https://www.prameyanews7.com/biju-swasthya-kalyan-yojana-honored-with-skoch-award-2023/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.