LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପଦ୍ମ ପୁରସ୍କାର ୨୦୨୩; ୧୦୬ ବିଜେତାଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି, କେଏମ୍ ବିର୍ଲା, ସୁଧା ମୁର୍ତ୍ତୀ, ମୁଲାୟମ ଯାଦବ ଓ ଜାକିର ହୁସେନ ପୁରସ୍କୃତ

22/03/2023 at 7:58 PM

ନୂଆଦିଲ୍ଲୀ: ପଦ୍ମ ପୁରସ୍କାର ୨୦୨୩ ବିତରଣ କାର୍ଯ୍ୟକ୍ରମ ଆଜି ଆରମ୍ଭ ହୋଇଛି। ପୁରସ୍କାର ବିଜେତାଙ୍କୁ ପଦ୍ମ ପୁରସ୍କାରର ବିଭିନ୍ନ ବର୍ଗରେ ପୁରସ୍କୃତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭବନ କାର୍ଯ୍ୟକ୍ରମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଚଳିତ ବର୍ଷ ମୋଟ ୧୦୬ଟି ପଦ୍ମ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ସେଥିରୁ ୬ଟି ପଦ୍ମ ବିଭୂଷଣ,୯ ପଦ୍ମ ଭୂଷଣ, ଏବଂ ୯୧ ପଦ୍ମଶ୍ରୀ ପୁରସ୍କାର ଦିଆଯାଉଛି। ପୁରସ୍କାର ବିଜେତାଙ୍କ ମଧ୍ୟରେ ୧୯ ଜଣ ମହିଳା ଅଛନ୍ତି। ଏଥିସହିତ ୧୯ ବିଦେଶୀ/ଏନଆାରଆଇ/ପିଆଇଓ/ଓସିଆଇ ଶ୍ରେଣୀରେ ୨ ଜଣ ଏବଂ ୭ ମରଣୋତ୍ତର ପୁରସ୍କାର ତାଲିକାରେ ରହିଛନ୍ତି।

ଯେଉଁ ୬ ବ୍ୟକ୍ତିଙ୍କୁ ପଦ୍ମ ବିଭୂଷଣ ଦିଆଯାଇଛି ସେମାନଙ୍କ ମଧ୍ୟରେ ବାଳକୃଷ୍ଣ ଦୋଶୀ (ମରଣୋତ୍ତର), ଏମ ଏମ କୃଷ୍ଣା, ଦିଲୀପ ମହାଲନାବିସ୍‌ (ମରଣୋତ୍ତର), ମୁଲାୟମ ସିଂହ ଯାଦବ (ମରୋଣତ୍ତର), ଶ୍ରୀନିବାସ ବର୍ଦ୍ଧନଙ୍କ ନାମ ରହିଛି।

ପଶ୍ଚିମବଙ୍ଗ ଡା. ଦିଲ୍ଳୀପ ମହାଲାନାବିସଙ୍କୁ ପଦ୍ମ ବିଭୂଷଣ ସମ୍ମାନ ଦିଆଯାଇଛି। ଓଆରଏସର ଖୋଜ୍ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଗତ ବର୍ଷ ଅକ୍ଟୋବରରେ ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ରତନ ଚନ୍ଦ୍ରାକରଙ୍କୁ ପଦ୍ମଶ୍ରୀ ଦିଆଯାଇଛି। ତାଙ୍କୁ ଆଣ୍ଡାମାନର ଜାରବା ଜନଜାତିରେ ମିଳିମିଳା ପାଇଁ ଶ୍ରେଷ୍ଠ କାମ କରିଥିବାରୁ ସମ୍ମାନ ଦିଆଯାଇଛି।

ସେହିପରି ମୋଟ୍‌ ୯୧ ପଦ୍ମଶ୍ରୀ ପୁରସ୍କାର ମଧ୍ୟରୁ ୪ ଓଡିଆଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଛି। କଳା କ୍ଷେତ୍ରରେ ଉଲ୍ଲେଖତନୀୟ ଅବଦାନ ପାଇଁ କ୍ରୀଷ୍ଣା ପଟେଲ୍‌ ଓ ମାଗୁଣିଚରଣ କୁଅଁରଙ୍କୁ ମିଳିଥିବା ବେଳେ କୃଷି କ୍ଷେତ୍ରରେ ପଟ୍ଟାୟତ ସାହୁ ଏବଂ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ଶ୍ରୀ ଅନ୍ତର୍ଯାମି ମିଶ୍ରଙ୍କୁ ପଦ୍ଣଶ୍ରୀ ପୁରସ୍କାରଦି ଆଯାଇଛି। ସେହିପରି ନାଟୁ ନାଟୁ ଗୀତର ସଂଗୀତ ନିର୍ଦ୍ଦେଶକ ଏମ୍ଏମ୍ କୀରଣବାଣୀଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯାଇଛି।

   Related Posts