ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେଲେ କଙ୍ଗନା ରଣାୱତ ଓ ଅଦନାନ୍ ସାମୀ

Published By : Prameya-News7 Bureau | November 08, 2021 IST

ନୂଆଦିଲ୍ଳୀ ୦୮।୧୧ : ପଦ୍ମଶ୍ରୀ ପୁରସ୍କାର ୨୦୨୦ ଦିଲ୍ଲୀର ରାଷ୍ଟ୍ରିୟ ଭବନରେ ଅନୁଷ୍ଠିତ ହୋଇଛି । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ବିଭିନ୍ନ କ୍ଷେତ୍ରର ବ୍ୟକ୍ତିତ୍ୱଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଛନ୍ତି। ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। କଙ୍ଗନା ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ଅଭିନେତ୍ରୀ ସବୁଜ ଏବଂ ଗୋଲ୍ଡେନ୍‌ ରଙ୍ଗର ସାରୀ ପିନ୍ଧିଥିଲେ। କଙ୍ଗନା ସହିତ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ।

wp:html /wp:html wp:html /wp:html

ଅନ୍ୟପଟେ ଗାୟକ ଅଦନନ୍ ସାମିଙ୍କୁ ମଧ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବରେ ଅଦନନ୍ ସାମି ଏକ କଳା ଶେରୱାନି ପିନ୍ଧିଥିଲେ । ଶ୍ରେଷ୍ଠ ଅଭିନେତ୍ରୀ ପାଇଁ କଙ୍ଗନା ରାଣାୱତଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। କଙ୍ଗନା ତାଙ୍କର ଦୁଇଟି ଚଳଚ୍ଚିତ୍ର 'ମାଣିକର୍ଣ୍ଣିକା' ଏବଂ 'ପଙ୍ଗା' ପାଇଁ ଏହି ପୁରସ୍କାର ଗ୍ରହଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.