ଘୋଷଣା ହେଲା ପଦ୍ମ ପୁରସ୍କାର, ୬ ଜଣକୁ ପଦ୍ମ ବିଭୂଷଣ, ମୁଲାୟମଙ୍କୁ ମରଣୋତ୍ତର
25/01/2023 at 9:43 PM

ନୂଆଦିଲ୍ଲୀ, ୨୫/୦୧: ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ଘୋଷଣା ହୋଇଛି ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ପୁରସ୍କାର। ସମାଜର ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ଚଳିତ ଥର ୧୦୬ ଜଣକୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ। ଯେଉଁଥିରେ ୯୧ ଜଣକୁ ପଦ୍ମଶ୍ରୀ, ୬ ଜଣକ ପଦ୍ମ ବିଭୂଷଣ ଏବଂ ୯ ଜଣକୁ ପଦ୍ମଭୂଷଣ ଘୋଷଣା କରାଯାଇଛି। ପୁରସ୍କାର ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୧୯ ମହିଳା ୧୯ ବିଦେଶୀ/ଏନଆାରଆଇ/ପିଆଇଓ/ଓସିଆଇ ଶ୍ରେଣୀରେ ୨ ଜଣ ଏବଂ ୭ ମରଣୋତ୍ତର ପୁରସ୍କାର ତାଲିକାରେ ରହିଛନ୍ତି।
୬ ଜଣଙ୍କୁ ପଦ୍ମ ବିଭୂଷଣ:
ଯେଉଁ ୬ ବ୍ୟକ୍ତିଙ୍କୁ ପଦ୍ମ ବିଭୂଷଣ ଦିଆଯାଇଛି ସେମାନଙ୍କ ମଧ୍ୟରେ ବାଳକୃଷ୍ଣ ଦୋଶୀ (ମରଣୋତ୍ତର), ଏମ ଏମ କୃଷ୍ଣା, ଦିଲୀପ ମହାଲନାବିସ୍ (ମରଣୋତ୍ତର), ମୁଲାୟମ ସିଂହ ଯାଦବ (ମରୋଣତ୍ତର), ଶ୍ରୀନିବାସ ବର୍ଦ୍ଧନଙ୍କ ନାମ ରହିଛି। ଏହି ପୁରସ୍କାର ମାର୍ଚ୍ଚ/ଏପ୍ରିଲ ମାସରେ ଔପଚାରିକ ଭାବରେ ଭାରତର ରାଷ୍ଟ୍ରପତିଙ୍କ ଦ୍ବାରା ପ୍ରଦାନ କରାଯାଇଥାଏ।
ପଶ୍ଚିମବଙ୍ଗ ଡା. ଦିଲ୍ଳୀପ ମହାଲାନାବିସଙ୍କୁ ପଦ୍ମ ବିଭୂଷଣ ସମ୍ମାନ ଦିଆଯାଇଛି। ଓଆରଏସର ଖୋଜ୍ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଗତ ବର୍ଷ ଅକ୍ଟୋବରରେ ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ରତନ ଚନ୍ଦ୍ରାକରଙ୍କୁ ପଦ୍ମଶ୍ରୀ ଦିଆଯାଇଛି। ତାଙ୍କୁ ଆଣ୍ଡାମାନର ଜାରବା ଜନଜାତିରେ ମିଳିମିଳା ପାଇଁ ଶ୍ରେଷ୍ଠ କାମ କରିଥିବାରୁ ସମ୍ମାନ ଦିଆଯାଇଛି।