ନଭେମ୍ୱର ୨୫ରୁ ବଲାଙ୍ଗୀରରେ ଖରିଫ ଧାନକିଣା, ଜିଲ୍ଲାସ୍ତରୀୟ ବୈଠକରେ ନିର୍ଦ୍ଧାରିତ ହେଲା ତାରିଖ

Published By : Prameya-News7 Bureau | November 15, 2022 IST

ବଲାଙ୍ଗୀର,୧୫/୧୧: ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ଧାନ କିଣା। ଖରିଫ ଧାନ କିଣାକୁ ନେଇ ବଲାଙ୍ଗୀର ଜିଲ୍ଲା ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଏକ ବୈଠକ ହୋଇଛି । ବୈଠକରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ । ଜିଲ୍ଲାପାଳଙ୍କ ଅଧକ୍ଷତରେ ଜିଲ୍ଲା ଯୋଗାଣ ବିଭାଗ ସହ ଚାଷୀ ନେତା ଓ ମିଲର୍ସ ମଧ୍ୟ ଏଥିରେ ଯୋଗ ଦେଇଥିଲେ।

ତେବେ ଚଳିତ ବର୍ଷ କିଭଳି ଭଲ ଭାବରେ ଧାନକିଣା ହେବ, କିଭଳି ଚାଷୀ ହଇରାଣ ନହେବେ, କଟଣୀ ଛଟଣୀର ଯେପରି ଚାଷୀ ଶିକାର ନହେବେ ସେନେଇ ଆଲୋଚନା ହୋଇଛି । ସେପଟେ ମିଲର୍ସଙ୍କ ଉପରେ ବର୍ଷିଲେ ଦୁଇ ବିଧାୟକ । ଧାନ କିଣା ବିଳମ୍ବ କରାଯାଇଛି । ଏବେ ମିଲର୍ସଙ୍କ ମିଲରେ ଗଚ୍ଛିତ ହୋଇସାରିଛି ବେଆଇନ ଭାବରେ ଧାନ । ଧାନ କମ୍‌ ଦାମ୍‌ରେ ଦଲାଲଙ୍କ ସହ ମିଲର୍ସଙ୍କୁ ବିକ୍ରି କରିସାରିଥିବା ବିଧାୟକ ମାନେ ଅଭିଯୋଗ କରିଛନ୍ତି । ସେପଟେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଏ ଦିଗରେ ତତ୍ପର ରହିଥିବା କହିଛନ୍ତି ଜିଲ୍ଲାପାଳ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.