ରାସ୍ତାରେ ହୁତୁ ହୁତୁ ହୋଇ ଜଳିଲା ଧାନ ବୋଝେଇ ଟ୍ରାକ୍ଟର, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଲାଗିଲା ନିଆଁ
30/11/2020 at 6:09 PM

ଉଦଳା ୩୦।୧୧: ଜଳିଗଲା ଧାନ ବୋଝେଇ ଟ୍ରାକ୍ଟର । ଧାନ ବୋଝେଇ ଟ୍ରାକ୍ଟରଟି ଆସୁଥିବା ବେଳେ ରାସ୍ତା ମଝିରେ ଝୁଲିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନିଆଁ ଲାଗିଯାଇଛି । କପ୍ତିପଦା ଥାନା ବିଶୋଳ ଛକରେ ରାସ୍ତାରେ ଝୁଲିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା ଟ୍ରାକ୍ଟର । ଫଳରେ ଧାନରେ ନିଆଁ ଲାଗିଯାଇଥିବା ବେଳେ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା । ହେଲେ ଚାଳକଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023