ବିନିକା ୧୪।୬: ଜୟ ଯବାନ ଜୟ କିଷାନ ନାରା କେବଳ ନାରାରେ ରହିଯାଇଛି । ଚାଷୀ ସର୍ବଦା ଶୋଷଣର ଶିକାର ହେଉଛି । ମିଲର୍ସ ଓ ପ୍ରଶାସନର ମଧୁଚନ୍ଦ୍ରିକାରେ ଚାଷୀ ବଳି ପଡ଼ୁଛନ୍ତି । ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଜୟ ମା’ ତୁଳସୀ ସ୍ଵୟଂ ସହାୟକ ଗୋଷ୍ଠୀ ଧାନ ମଣ୍ଡିରେ l ରବି ଋତୁ ପାଇଁ ଧାନ କିଣା ଚାଲିଥିବା ବେଳେ ଏବେ ବିଭିନ୍ନ ମଣ୍ଡିରେ ଧାନ କିଣା ଅବ୍ୟବସ୍ଥା ହେଉଛି । ସେହିପରି ବିନିକା ଜୟ ମା’ ତୁଳସୀ ସ୍ବୟଂ ସହାୟକ ଗୋଷ୍ଠୀ ଧାନ ମଣ୍ଡିରେ ୪ ଦିନ ଧରି ଧାନ ପଡ଼ିରହିଛି । ଧାନ ଚାରି ଦିନ ହେବ ନଉଠିବାରୁ ଚାଷୀ ଓ ଚାଷୀ ସଂଗଠନ ପକ୍ଷରୁ ଧାରଣାରେ ବସିଛନ୍ତି । ଧାନ ନ ଉଠିବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ପ୍ରତିକ୍ରିୟାରେ କହିଛନ୍ତି । ମଣ୍ଡିକୁ ଠିକ ଭାବରେ ମିଲର୍ସ ପାଖରୁ ଗାଡି ଆସୁନଥିବାରୁ ମଣ୍ଡିରେ ହଜାର ହଜାର ବସ୍ତା ଧାନ ଟ୍ରାକ୍ଟରରେ ପଡ଼ିରହିଛି l ବାରମ୍ବାର ପ୍ରଶାସନ ପାଖରେ ଗୁହାରି କଲେ ମଧ୍ୟ କେହି ଶୁଣୁନାହାନ୍ତି l ଯେଉଁଥି ପାଇଁ ଚାରି ଦିନ ହେବ ମଣ୍ଡିରେ ଚାଷୀ ଧାନକୁ ଜଗି ରହିଛି l
ମଣ୍ଡି ମାନଙ୍କରେ ଧାନ କିଣା ନୀତି ନିୟମ ଅନୁସାରେ ହେଉ ନ ଥିବା ଅଭିଯୋଗ ହେଉଛି, ମିଲର୍ସ୍ ଓ ପ୍ରଶାସନ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ହଇରାଣ ହେଉଛନ୍ତି । ମିଲର୍ସ ମାନେ ଧାନକୁ ଶାଗ ମାଛ ଦରରେ ଅବୈଧ ଆକାରରେ ନେଉଛନ୍ତି ଓ ଧାନ ମଣ୍ଡିକୁ ଟ୍ରକ୍ ପଠାଉ ନଥିବା ଅଭିଯୋଗ ଆଣିଛନ୍ତି । ସେପଟେ ଯୋଗାଣ ଅଧିକାରୀ କିମ୍ବା କୌଣସି ଅଧିକାରୀ ଧାରଣା ସ୍ଥଳକୁ ଆସୁନଥିବାରୁ କ୍ଷୋଭ ପ୍ରକାଶ ପାଇଛି । ଏନେଇ ବିନିକା ଜୟ ମା ତୁଳସୀ ସ୍ଵୟଂ ସହାୟକ ଗୋଷ୍ଠୀ ସଭାପତିଙ୍କୁ ପଚାରିବାରୁ ଯେତେଶୀଘ୍ର ହେବ ମଣ୍ଡିରେ ପଡିରହିଥିବା ଧାନ ସନ୍ଧ୍ୟା ସୁଦ୍ଧା ଖାଲି କରାଯିବ ବୋଲି କହିଛନ୍ତି l
You Can Read :
ମୁଣ୍ଡଳୀ ବ୍ରିଜ୍ରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ମତ୍ସ୍ୟଜୀବୀ ଓ ପୋଲିସ